୨୬ରେ କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

କଟକ : ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିବେ ବୋଲି ବିଜେପିର ରାଜ୍ୟ କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାପଡ଼ିଛି । ସେ ଏଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ଏଥିପାଇଁ ରାଜ୍ୟ ବିଜେପି ନେତାମାନଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । କଟକ ସହରର ବାଲିଯାତ୍ରା ଉପର ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦି
ଉଦ୍ବୋଧନ ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଆସନ୍ତା ୨୬ ତାରିଖ ସଂଧ୍ୟା ୫ଟାବେଳେ କଟକରେ ଏକ ବିରାଟ ସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ । ଦେଶରେ କେନ୍ଦ୍ରସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ ବିଜେପିର ସମସ୍ତ ନେତା ଜନସାଧାରଣଙ୍କୁ ଅବଗତ କରାଇବା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସମବେତ କର୍ମକର୍ତ୍ତାଙ୍କୁ ସୂଚନା ଦେବେ । ଏନେଇ ରାଜ୍ୟସଭାପତି ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂହଦେଓ, ଭୃଗୁବକ୍ସି ପାତ୍ର, ପୃଥୀରାଜ ହରିଚନ୍ଦନ, ସମୀର ମହାନ୍ତି, ସମୀର ଦେ, ବିନୋଦ ଦାସ, ହେମନ୍ତ କୁମାର ବେହେରା, ନୀରୋଦ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ବାଲିଯାତ୍ରା ଉପର ପଡ଼ିଆ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।