ମ୍ୟାନ ଭର୍ସେସ୍‌ ୱାଇଲ୍‌ଡ ଟିଭି ସୋ’ର ପରଦା ପଛର ଗୁମର ଖୋଲିଲେ ମୋଦି

ନୂଆଦିଲ୍ଲୀ : ଡିସ୍କଭରୀ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ପ୍ରସାରଣ ହେବା ଦିନଠାରୁ ନାନାଦି ବିଷୟ ଚର୍ଚ୍ଚାରେ ରହିଛି । କାର୍ଯ୍ୟକ୍ରମକୁ ନେଇ ଅନେକ ପ୍ରଶ୍ନ ବି ଉଠୁଛି। ତେବେ ଏହି ସୋକୁ ନେଇ ସର୍ବାଧିକ ବାର ପଚରାଯାଇଥିବା ପ୍ରଶ୍ନଟି କଣ ଥିଲା ଆସନ୍ତୁ ଜାଣିବା।

ଡିସ୍କୋଭରୀ ଚ୍ୟାନେଲରେ ପ୍ରସାରିତ ଚର୍ଚ୍ଚତ ଏପିସୋଡ଼ ମ୍ୟାନ ଭର୍ସେସ୍‌ ୱାଇଲ୍‌ଡ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋ ହଷ୍ଟ ବ୍ରିୟର ଗ୍ରିଲଙ୍କ ସହିତ କର୍ବେଟ ନ୍ୟାସ୍‌ନାଲ ପାର୍କରେ ଦେଖିବାକୁ ମିଳିଥିଲା । ଯେବେ ଠାରୁ ଏହି ଟିଭି ସୋ ପ୍ରସାରିତ ହୋଇଛି। ସେବେଠାରୁ ଏହି ସୋକୁ ନେଇ ନାନାଦି ପ୍ରଶ୍ନ ପଚରାଯାଉଛି। ଯେମିତି କି ୧ରେ – ଏହା କେଉଁ ସମୟରେ ସୁଟିଂ କରାଯାଇଥିଲା।  ୨ରେ- କର୍ବେଟ୍‌ ଜଙ୍ଗଲରେ ପ୍ରଧାନମନ୍ତ୍ରୀ ଯେଉଁଭଳି ଡେଞ୍ଜୋର ଜୋନ୍‌ରେ ବୁଲୁଥିଲେ ସେଠାରେ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ । ତେବେ ଗୋଟିଏ ପ୍ରଶ୍ନ ସର୍ବାଧିକ ବାର ପଚରାଯାଇଛି। ତାହା ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ। ତା ହା ହେଲା ପ୍ରଧାନମନ୍ତ୍ରୀ ହିନ୍ଦିରେ ଅନର୍ଗଳ କହୁଥିଲେ। ଆଉ ବିୟର ଗ୍ରିଲ୍‌ ସବୁ ବୁଝିଯାଉଥିଲେ କେମିତି। କେହି କହିଲେ ଗ୍ରିଲ କୁଆଡେ ଭାରତରେ ଥିଲେ ତେଣୁ ହିନ୍ଦି ବୁଝୁଥିଲେ । ଆଉ କିଛି କହିଥିଲେ ଏହାକୁ ପରେ ଏଡିଟିଂ କରାଯାଇଛି।  ତେବେ ଏହି ପ୍ରଶ୍ନର ଉତ୍ତର ନିଜେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ସେ ପୁଣି ତାଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ।

ପ୍ରଧାନମନ୍ତ୍ରୀଙ୍କ କଥା ଏୟା କହୁଛି କି ଏଥିରେ ଇନ୍‌ଷ୍ଟାଣ୍ଟ ଟ୍ରାନସଲେଟର ବ୍ୟବହାର କରାଯାଇଥିଲା। ମୋଦି ହିନ୍ଦିରେ କହୁଥିଲେ ଆଉ ଏହାକୁ ଇଂରାଜୀରେ ଶୁଣୁଥିଲେ ବିୟର ଗ୍ରୀଲ୍‌ ।  ଏଥିପାଇଁ ଅତ୍ୟାଧୁନିକ ଟ୍ରାନ୍‌ସଲେଟର ଟେକ୍ନୋଲୋଜିରୁ ବ୍ୟବହାର କରାଯାଇଥିଲା। ମାନେ ଆପଣ ଯେଉଁଭାଷାରେ କୁହନ୍ତୁ ଶୁଣିବା ଲୋକ ତା ନିଜ ଭାଷାରେ ହିଁ ବୁଝିବ । ମାନେ ମୋଦି ହେ ତୋ ମୁମକିନ ହେ।