ଆଜି ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନିକିଆ ତାମିଲନାଡୁ ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ମୋଦୀ ଚେନ୍ନାଇରେ ଆୟୋଜିତ ‘ଭାରତ-ଇଣ୍ଡିଆ ହ୍ୟାକଥନ’ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ସେ ଆଇଆଇଟି ମାଡ୍ରାସ ଗବେଷଣା ପାର୍କ ବୁଲି ଦେଖିବେ । ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇରେ ଆଇଆଇଟି ମାଡ୍ରାସର ୫୬ ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ହେବେ । 

ସାତ ଦିନିଆ ଆମେରିକା ଗସ୍ତ ଶେଷ କରି ଭାରତ ଫେରିବାର ଗୋଟିଏ ଦିନ ପରେ ମୋଦୀ ତାମିଲନାଡୁ ଗସ୍ତ କରୁଛନ୍ତି । ମାଡ୍ରାସରେ ଆଇଆଇଟିର ସମାବର୍ତ୍ତନ ସମାରୋହରେ ମୋଦୀ ନିଜର ସମ୍ବୋଧନରେ ନୂତନ ଚିନ୍ତାଧାରା ନେଇ କିଛି କହିପାରନ୍ତି । 

ଗସ୍ତ ପୂର୍ବରୁ ମୋଦୀ ରବିବାର ଟୁଇଟ କରିଛନ୍ତି, ଆସନ୍ତାକାଲି ମୁଁ ଚେନ୍ନାଇ ଯିବି । ସେଠାରେ ଆଇଆଇଟି ମାଡ୍ରାସର ସମାବର୍ତ୍ତନ ଉତ୍ସବରେ ଯୋଗଦେବି । ତୀକ୍ଷ୍ଣ ବୁଦ୍ଧି ଥିବା ମୋଦୀ ଆଇଆଇଟି ଓ ଆଇଆଇଟି ଆଲୁମିନିଙ୍କୁ ସେମାନଙ୍କର ଚିନ୍ତାଧାରା ପାଇଁ ଅପିଲ କରିଛନ୍ତି । ଆପଣମାନଙ୍କ ସହିତ କଥା ହେବା ପାଇଁ ପୁଣି ଥରେ ସୁଯୋଗ ମିଳିବ ।