ଦେଶରେପ୍ରଥମ ଚାଳକ ରହିତ ମେଟ୍ରୋ ଟ୍ରେନ୍‌ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀରେ ଗଡ଼ିଲା ଦେଶର ପ୍ରଥମ ଚାଳକ ରହିତ ମେଟ୍ରୋ

ନୂଆଦିଲ୍ଲୀ  : ଦେଶରେ ଗଡ଼ିଲା ପ୍ରଥମ ଚାଳକ ରହିତ ମେଟ୍ରୋ। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ଡ୍ରାଇଭର ଲେସ୍‌ (ଚାଳକ ରହିତ) ମେଟ୍ରୋ ଟ୍ରେନ୍‌ ଦିଲ୍ଲୀ ମେଟ୍ରୋର ମଞ୍ଜେଟ୍‌ ଲାଇନ୍‌ ଓ ପିଙ୍କ ଲାଇନ୍‌ରେ ଚାଲିବ। ପ୍ରଥମ ଚରଣରେ ଏହି ଟ୍ରେନ୍‌ ମଞ୍ଜେଟା ଲାଇନ୍‌ରେ ଜନକପୁରୀରୁ ନୋଏଡାର ବୋଟାନିକାଲ୍‌ ଗାର୍ଡେନ୍‌ ମେଟ୍ରୋ ଷ୍ଟେସନ୍‌ ପର୍ଯ୍ୟନ୍ତ ଦୌଡ଼ିବ।

ଏହା ପରେ ୨୦୨୧ରେ ପିଙ୍କ ଲାଇନ୍‌ରେ ୫୭ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭର ଲେସ୍‌ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି। ଯାହାକି ମଜଲିସ୍‌ ପାର୍କରୁ ଶିବ ବିହାର ପର୍ଯ୍ୟନ୍ତ ଦୌଡ଼ିବ ମେଟ୍ରୋ ଟ୍ରେନ୍‌। ଚାଳକ ରହିତ ଟ୍ରେନ୍‌ରେ ୨୨୮୦ ଯାତ୍ରୀ ଥରକେ ଯାତ୍ରା କରିପାରିବେ। ପ୍ରତି କୋଚ୍‌ରେ ୩୮୦ ଯାତ୍ରୀ ଯାତ୍ରା କରିପାରିବାର ସୁବିଧା ରହିଛି। ଦିଲ୍ଲୀ ମେଟ୍ରୋ ପ୍ରଥମ ଥର ୨୦୧୭ରେ ଏହି ଟ୍ରେନ୍‌ର ଟ୍ରାଏଲ୍‌ କରିଥିଲା।

ଚାଳକ ରହିତ ମେଟ୍ରୋ ଟ୍ରେନ୍‌ରେ ଆଉ ପାଇଲଟ୍‌ ଭୁଲ ବୋଲି କିଛି ରହିବ ନାହିଁ। ଏବେ ମଞ୍ଜେଟା ଲାଇନ୍‌ରେ ଗ୍ରେଡ୍‌ ଅଫ ଅଟୋମେସନ୍‌ ଜରିଆରେ ଚାଳକ ରହିତ ଟ୍ରେନ୍ ସଂଚାଳିତ ହେବ। ଏଭଳି ଗ୍ରେଡ୍‌ରେ ଏବେ ଡ୍ରାଇଭରର କାର୍ଯ୍ୟ ରହିବ ନାହିଁ। ଟ୍ରେନ୍‌ ପୁରା ସ୍ବୟଂଚାଳିତ ଭାବେ ଗଡ଼ିବ। କିନ୍ତୁ ଜରୁରୀକାଳୀନ ପରିସ୍ଥିତି ପାଇଁ ଟ୍ରେନ୍‌ରେ ଡ୍ରାଇଭର ଉପସ୍ଥିତ ରହିବେ। ସେମାନଙ୍କୁ ଆଟେଣ୍ଡାଣ୍ଟ ବୋଲି କୁହାଯାଏ।

ଚାଳକ ରହିତ ଟ୍ରେନ୍‌ରେ ଡ୍ରାଇଭର କ୍ୟାବିନ୍‌ ରହିବ ନାହିଁ। ତେଣୁ ଯାତ୍ରୀଙ୍କ ପାଇଁ ଅଧିକ ସ୍ଥାନ ରହିବ। ଏବେ ଯାତ୍ରୀ ଟ୍ରେନ୍‌ର ସାମ୍ନାକୁ ଯାଇ ଟ୍ରେନ୍‌ ଗତି କରୁଥିବା ଦିଗକୁ ଭଲ ଭାବେ ଦେଖିପାରିବେ। ସେହିଭଳି ଚାଳକ ରହିତ ଟ୍ରେନ୍‌ର ଷ୍ଟାଟ୍‌, ବନ୍ଦ ଓ ଡୋର ଖୋଲିବାକୁ ଡ୍ରାଇଭର ରହିବେ ନାହିଁ। ସବୁ ପ୍ରକାର କାର୍ଯ୍ୟ ପାଇଁ ରିମୋଟର ବ୍ୟବହାର ହେବ। ଟ୍ରାକ୍‌ରେ କୌଣସି ବସ୍ତୁ ଥିଲେ ୫୦ ମିଟର ଦୂରରୁ ଟ୍ରେନ୍‌ରେ ଆପେ ଆପେ ବ୍ରେକ୍‌ ଲାଗିଯିବ। ଏହାର ଅର୍ଥ ଅନ୍ୟ ଟ୍ରେନ୍‌ ଠାରୁ ଯାତ୍ରା ସୁରକ୍ଷିତ ରହିବ। ମେଟ୍ରୋ ଷ୍ଟେସନ୍‌ରେ ସ୍କ୍ରିନ୍‌ ଡୋର ଲଗାଯାଇଛି। ଏହା ଦ୍ବାରା କେବଳ ଟ୍ରେନ୍‌ ଷ୍ଟେସନ୍‌ରେ ପହଞ୍ଚିବା ପରେ ହିଁ ଏହି ସ୍କ୍ରିନ୍‌ ଡୋର ଖୋଲିବ ।

pm narendra modi inaugurate driver less metro train in delhi