ନୂଆବର୍ଷରେ କୃଷକଙ୍କ ଉପହାର ଦେଲେ ମୋଦି; ମିଳିବ ପିଏମ୍ କିଷାନ ନିଧିର ୩ୟ କିସ୍ତି

ନୂଆଦିଲ୍ଲୀ: ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କୃଷକଙ୍କୁ ପିଏମ କିଷାନ ନିଧିର ୩ୟ କିସ୍ତିି ଦିଆଯିବା ନେଇ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ତୁମକୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ।

ମୋଦି ଏହିଠାରୁ ଡିଜିଟାଲ ଟ୍ରାନଜାକ୍ସନ କରି ୧୨୦୦୦ କୋଟି ଟଙ୍କା ୬କୋଟି କୃଷକଙ୍କ ଖାତାରେ ପଠାଇଛନ୍ତି। ଏହି ଯୋଜନା ଆଧାରରେ କୃଷକଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିବ। ତେବେ ପିଏମ୍ କିଷାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ଆସିଥିବା ଏହା ୩ୟ କିସ୍ତି।