ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ : ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍, ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ତେବେ ଏହି ସମ୍ମାନ, ଭାରତୀୟଙ୍କର ଏବଂ ପ୍ରତିଟି ଭାରତୀୟ ପରିବେଶର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପାଣିପାଗ ଏବଂ ଦୁର୍ବିପାକ ଦୁଇଟି ଯାକ ସଂସ୍କୃତି ସହ ଜଡ଼ିତ । ଦୁର୍ବିପାକକୁ କେବେ ବି ହଟାଇ ଦେଇହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ସବ୍ କା ସାଥ୍ ସବ୍ କା ବିକାଶ ସହ ତାକୁ ଯୋଡ଼ିଛନ୍ତି । ସୌର ଶକ୍ତି ଏବଂ ୨୦୨୨ ସୁଦ୍ଧା ବିଶ୍ବରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଥି ପାଇଁ ତାଙ୍କୁ ଚଳିତବର୍ଷର ଚାମ୍ପିଅନ୍ସ ଅଫ୍ ଆର୍ଥ ସମ୍ମାନରେ ସମ୍ମାନିତ କରାଯାଇଛି । ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ସାରା ବିଶ୍ବକୁ ବଳିଷ୍ଠ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଏହି ଅବସରରେ ଟ୍ୱିଟ୍ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ।