ପଞ୍ଜାବରେ ବାଣ ବିସ୍ଫୋରଣରେ ୨୩ ମୃତ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପଞ୍ଜାବର ଗୁରୁଦାସପୁର ବଟାଲାରେ ବାଣ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ମୋଦୀ ମୃତକଙ୍କ ପରିବାର ବର୍ଗଙ୍କୁ ସମାବେଦନା ଜଣାଇଛି । ଏହି ବିସ୍ଫୋରଣ ହୃଦୟ ଥରାଇ ଦେବାଭଳି ଘଟଣା ଥିଲା ବୋଲି ସେ କହିଛନ୍ତି । ଏହା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗୁରୁଦାସପୁର ବଟାଲାରେ ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ବାଣ କାରଖାନାରେ ନିଆଁ ଲାଗିବା ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୨୩ ଜଣ ପ୍ରାଣ ହରାଇଥିବାବେଳେ ୨୫ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ବିସ୍ଫୋରଣ ଏତେ ପ୍ରଭାବୀଶାଳୀ ଥିଲା ଯେ ୭୦୦ ମିଟର୍‌ ଦୂରରେ କାରଖାନାର ଜିନିଷ ପଡ଼ିଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦୁର୍ଘଟଣା ପାଇଁ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମୃତଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା, ଗୁରୁତର ମାନଙ୍କୁ ୫୦ ହଜାର ଟଙ୍କା ଏବଂ ଅନ୍ୟ ଆହତ ମାନଙ୍କୁ ୨୫-୨୫ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।