ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡୀ ସାଧାରଣ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହୋଇଥିବା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ନେଇ ମୋଦି ନିଜ ଟ୍ୱିଟ ଜରିଆରେ ଲେଖିଛନ୍ତି, ତାଙ୍କୁ ମୁଁ ଶୁଭକାମନା ଜଣାଉଛି ଏବଂ ଭାରତ-ଇଂଲଣ୍ଡର ନିବିଡ଼ ସମ୍ପର୍କ ପାଇଁ ଏକତ୍ର କାମ କରିବାକୁ ଆଶା କରୁଛି।

ଶୁକ୍ରବାର ଦିନ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ବିପୁଳ ଭୋଟ୍‌ ପାଇ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ମାତ୍ର କେତେ ସପ୍ତାହ ମଧ୍ୟରେ ସେ ବ୍ରିଟେନ୍‌କୁ ୟୁରୋପିଆନ୍‌ ୟୁନିୟନ୍‌ରୁ ଅଲଗା କରିବାରେ ସମର୍ଥ ହେବେ।