ସାଟେଲାଇଟ ନିର୍ମାଣ କରିବେ ଭୁଟାନ ବୈଜ୍ଞାନିକ: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି । ଆଜି ଭୁଟାନରେ ତାଙ୍କର ଦ୍ୱିତୀୟ ଦିନ । ଏହି ଅବସରରେ ସେ ସେଠାକାର ରୟାଲ ୟୁନିଭରସିଟି, ଥିମ୍ପୁରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି ।  ଏହି ଅବସରରେ ମୋଦୀ...

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି । ଆଜି ଭୁଟାନରେ ତାଙ୍କର ଦ୍ୱିତୀୟ ଦିନ । ଏହି ଅବସରରେ ସେ ସେଠାକାର ରୟାଲ ୟୁନିଭରସିଟି, ଥିମ୍ପୁରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । 

ଏହି ଅବସରରେ ମୋଦୀ କହିଛନ୍ତି କି, ଭୁଟାନ ନିଜର ଛୋଟ ଉପଗ୍ରହ ଡିଜାଇନ କରିବାକୁ ଏବଂ ଲଂଚ୍ କରିବାକୁ ଏଠାକାର ଯୁବ ବୈଜ୍ଞାନିକମାନେ ଭାରତ ଯାତ୍ରା କରିବେ । ଆପଣଙ୍କ ମଧ୍ୟରୁ ବହୁ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଇନୋଭେଟର୍ସ ବାହାରିବେ ବୋଲି ମୋର ଆଶା ରହିଛି । ଭୁଟାନର ବୈଜ୍ଞାନିକମାନେ ସାଟେଲାଇଟ ନିର୍ମାଣ କରିବେ ବୋଲି ମୁଁ ଆଶା କରୁଛି । ଉପଗ୍ରହ ଜରିଆରେ ଟେଲି ମେଡିସିନର ଲାଭ, ଦୁରସ୍ଥ ଶିକ୍ଷା, ମାନ ଚିତ୍ରଣ, ଜଳବାୟୁ ପୂର୍ବାନୁମାନ, ପ୍ରାକୃତିକ ବିପର୍ଯ୍ୟୟ ଚେତାବନୀ ଆଦି ବିଭିନ୍ନ ବିଷୟରେ ଜାଣିହେବ । ଆଜି ଭାରତ ବିଭିନ୍ନ କ୍ଷେତ୍ରରେ ଇତିହାସ ପରିବର୍ତ୍ତନ କରିବାକୁ ନେଇ ଉଦାହରଣ ପାଲଟିଛି । ଭାରତ ଏବଂ ଭୁଟାନ ମଧ୍ୟରେ ସଂସ୍କୃତିକୁ ନେଇ ନିବିଡତା ରହିଛି । ଏହି ଦୁଇ ଦେଶ ମଧ୍ୟରେ ଲୋକମାନେ ମଧ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡିତ । 

ଦେଶରୁ ଗରୀବି ହଟାଇବା ପାଇଁ ଭାରତ ତୀବ୍ରଗତିରେ କାମ କରି ଚାଲିଛି । ଏହି ସମୟରେ ମୋଦୀ ଛାତ୍ରମାନଙ୍କୁ ପରୀକ୍ଷାକୁ ନେଇ ଚିନ୍ତିତ ନହେବାକୁ କହିଛନ୍ତି । ତାଙ୍କ ଦ୍ୱାରା ଲେଖାଯାଇଥିବା ଏକ ପୁସ୍ତକ ବିଷୟରେ ମୋଦୀ କହିଛନ୍ତି କି, ବୁଦ୍ଧଙ୍କ ଶିକ୍ଷାରେ ପ୍ରେରିତ ହୋଇ ସେ ଏହି ପୁସ୍ତକ ଲେଖିଛନ୍ତି । ଯୁବ ଏବଂ ଆଧ୍ୟାତ୍ମିକତା ଆମର ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । 

ଏହା ପୂର୍ବରୁ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଏବଂ ମୋଦୀ ଗତକାଲି ସଂଯୁକ୍ତ ଭାବରେ ପ୍ରତିକ୍ରିୟା ରଖିଥିଲେ । ଏହି ସମୟରେ ମୋଦୀ କହିଥିଲେ କି, ଦ୍ୱିତୀୟ କାର୍ଯ୍ୟକାଳରେ ଭୁଟାନ ଆସିବା ମୋ ପାଇଁ ଗର୍ବର ବିଷୟ । ଭୁଟାନ ଆମର ପଡୋଶୀ । ଦୁଇ ଦେଶ ଏକ ସହ ମିଶି ଆଗକୁ ବଢିବେ । ତେବେ ମୋଦୀଙ୍କୁ ଭୁଟାନର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା । ମୋଦୀ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ପାଇଁ ଭୁଟାନ ଗସ୍ତରେ ଯାଇଛନ୍ତି । 

Spread the love
Categories
ଦେଶ-ବିଦେଶ

RELATED BY