ସ୍ଵଚ୍ଛ ଭାରତ ମିଶନ ପାଇଁ ଆମେରିକାରେ ସମ୍ମାନିତ ହେବେ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ଅନ୍ତରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ। ଏଥର ବିଲ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଯାତ୍ରା ସମୟରେ ଏହି ପୁରସ୍କାର ମିଳିବ।  

କେନ୍ଦ୍ର  ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋମବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ଜିତେନ୍ଦ୍ର ସିଂହ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଆଉ ଏକ ପୁରସ୍କାର, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ କାରଣ ପ୍ରଧାନମନ୍ତ୍ରୀଙ୍କ ପରିଶ୍ରମ ଓ ଅଭିନବ ପଦକ୍ଷେପ କାରଣରୁ ସମଗ୍ର ଦୁନିଆରେ ପ୍ରଶଂସା ମିଳୁଛି।  

ଏହା ପୂର୍ବରୁ ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ବାହାରିନର ସମ୍ମାନ ‘ଦ କିଙ୍ଗ ହମାଦ ଅର୍ଡର ଅଫ ଦ ରେନେସା’ ମିଳିଥିଲା। ବାହାରିନର ରାଜାଙ୍କୁ ଭେଟିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗତ ମାସରେ ତିନି ଦେଶ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଜାଏଦ’ରେ ସମ୍ମାନିତ କରାଯାଇଥିଲା।