ମାଳଦ୍ଵୀପରେ ସମ୍ମାନିତ ହେଲେ ମୋଦୀ

ମାଲେ: ନରେନ୍ଦ୍ର ମୋଦୀ ପୁର୍ନବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଯାତ୍ରାରେ ମାଳଦ୍ଵୀପ ପହଞ୍ଚିଛନ୍ତି। ଏଠାରେ ପିଏମ ମୋଦୀଙ୍କୁ ପାରମ୍ପରିକ ଶୈଳୀରେ ଭବ୍ୟ ସ୍ଵାଗତ କରାଯାଇଛି। ତାଙ୍କ ସମ୍ମାନରେ  ମହିଳା ପାରମ୍ପରିକ ନୃତ୍ୟ ପରିବେଷଣ କରିଛନ୍ତି। ମାଳଦ୍ଵୀପର ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଛି।

ଏହି ଅବସରରେ ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ସୋଲିହ ମଧ୍ୟ ଉପସ୍ଥିତ ଥିଲେ। ଗାର୍ଡ ଅଫ ଅନର ସମୟରେ ଭାରତର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଆର୍ଡ ଅଫ ଅନର ପରେ ପ୍ରଧାନମନ୍ତ୍ରୀ ମାଳଦ୍ଵୀପର ପ୍ରତିନିଧିମଣ୍ଡଳଙ୍କୁ ଭେଟିଥିଲେ। ମାଳଦ୍ଵୀପ ରାଷ୍ଟ୍ରପତି ସୋଲିହ ତାଙ୍କ ନେତାଙ୍କୁ ମୋଦୀଙ୍କ ସହ ପରିଚୟ କରାଇଥିଲେ।

ଏହି କାର୍ଯ୍ୟକ୍ରମ ପରେ ଭାରତ ଓ ମାଳଦ୍ଵୀପର ପ୍ରତିନିଧିମଣ୍ଡଳଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି। ଏଥିରେ ଦୁଇ ଦେଶର ପ୍ରତିନିଧିମଣ୍ଡଳ ସାମିଲ ହୋଇଥିଲେ। ମାଳଦ୍ଵୀପ ପରେ ପିଏମ ମୋଦୀ ରବିବାର ଶ୍ରୀଲଙ୍କା ଗସ୍ତ କରିବେ। ଏହା ପୂର୍ବରୁ ମୋଦୀ କହିଛନ୍ତି ଯେ, ତାଙ୍କର ମାଳଦ୍ଵୀପ ଓ ଶ୍ରୀଲଙ୍କା ଗସ୍ତ କରିବା ପୋଡୋଶୀ ପ୍ରଥମେ ନୀତିକୁ ଦର୍ଶାଉଛି। ଏହି ବିଦେଶ ଯାତ୍ରା ଦୁଇ ସମୁଦ୍ରୀ ଦେଶ ସହିତ ଭାରତର ଦ୍ଵିପାକ୍ଷିକ ସମ୍ବନ୍ଧକୁ ମଜବୁତ କରିବ।