ମହାମାରୀ କରୋନା ଉପରେ ବିଜୟ ପାଇଁ ଦେଶବାସୀଙ୍କୁ ସଙ୍କଳ୍ପ ଓ ସଂଯମର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

କରୋନାକୁ ନେଇ ସାରା ଦେଶବାସୀଙ୍କୁ ସମ୍ବୋଦନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : କରୋନାକୁ ନେଇ ସାରା ଦେଶବାସୀଙ୍କୁ ସମ୍ବୋଦନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଭାଇରସ୍‌ ଠାରୁ ଦଶେବାସୀ ଓ ଦଶେକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରନେ୍ଦ୍ର ମୋଦୀ ୧୩୦ କୋଟି ଭାରତୀୟଙ୍କ ଆଗରେ ନିଜର ହାତକୁ ପତାଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ଦଶେବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ କରୋନାକୁ ନେଇ ସଂପ୍ରତି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସଥେିରୁ ଦଶେବାସୀଙ୍କୁ ଓ ଦଶେକୁ ବଞ୍ଚାଇବା ପାଇଁ ୧୩୦ କୋଟି ଦଶେବାସୀଙ୍କ ଠାରୁ ସମୋନଙ୍କର ଆଗାମୀ କିଛି ସମୟ ଓ ସପ୍ତାହ ମାଗୁଛି। ଆଉ ଏହି ସମୟ ମଧ୍ୟରେ ଦଶେବାସୀଙ୍କ ଠାରୁ କିଛି ସଙ୍କଳ୍ପ ଓ ସଂଯମର ଅପକେ୍ଷା ରଖୁଛି।

କରୋନାର ଭୟବହତାକୁ ଦୃଷ୍ଟିରେ ରଖି ପ୍ରତ୍ୟକେ ଦଶେବାସୀ ସଙ୍କଳ୍ପ ନେଇ ଯେ ଆଗାମୀ କିଛି ସପ୍ତାହ ପାଇଁ ଏକାନ୍ତବାସ (ଆଇସୋଲସେନ୍‌)ରେ ନିଜ ଘର ଭିତରେ ହିଁ ଆବଦ୍ଧ ହୋଇ ରହନ୍ତୁ। ନିଜ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାରି ସହ ମିଶନ୍ତୁ ନାହିଁ। ଅତ୍ୟନ୍ତରୁ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ କହେି ହଲେେ ସୁଦ୍ଧା ପଦାକୁ ବାହାରନ୍ତୁ ନାହିଁ। ବିଶଷେ କରି ୬୦ ର୍ବଷରୁ ଉର୍ଦ୍ଧ୍ୱ ଯେଉଁ ବରିଷ୍ଠ ନାଗରକମାନେ ଅଛନ୍ତି ସମୋନଙ୍କୁ କୌଣସି ପରିସ୍ଥିତିରେ ବି ବାହରକୁ ଛାଡ଼ନ୍ତୁ ନାହିଁ। ଏହି ସମୟ କାଳ ମଧ୍ୟରେ ସଂଯମ ଆଚରଣ ପ୍ରର୍ଦଶନ କରି ସାମାଜିକ ଦୂରତା (ସୋସିଆଲ ଡିଷ୍ଟାନସିଂ) ବଜାୟ ରଖନ୍ତୁ। ଏପରିକି ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ଡାକ୍ତରଖାନାକୁ ମଧ୍ୟ ଯାଆନ୍ତୁ ନାହିଁ। ଯୁଦ୍ଧକାଳୀନ ପରିସ୍ଥିତିରେ ପୂର୍ବରୁ ଲୋକେ ଯପେରି ନିଜ ଘର ଭିତରେ ‘ବ୍ଲାକ୍‌ ଆଉଟ୍‌’ କରି ରହୁଥିଲେ ସହେିପରି ରୁହନ୍ତୁ। ଅଯଥାରେ ପାନିକ୍‌ ବାଇଙ୍ଗ କରନ୍ତୁ ନାହିଁ। କାରଣ, ଦଶେରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାପୁର ମାତ୍ରାରେ ମହଜୁଦ୍‌ ଅଛି। କବେଳ ମାତ୍ର ଜରୁରୀ ସବୋରେ ନିୟୋଜିତ ଥିବା ବ୍ୟକ୍ତିବିଶଷେଙ୍କୁ ବାଦ୍‌ଦଲେେ ଅନ୍ୟ ସମସ୍ତେ ନିଜ ନିଜ ଘରେ ଏକାନ୍ତବାସରେ ରହିବା ସହ ସଙ୍କଳ୍ପ ନେଇ ସଂଯମ ଆଚରଣ ପ୍ରର୍ଦଶନ କରନ୍ତୁ ଓ କରୋନା ଭୂତାଣୁ ଉପରେ ବିଜୟ ଲାଭ କରନ୍ତୁ।

କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ତେଣୁ ଦେଶବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ପୂରା ଦେଶବାସୀ ଜଟିଳ ସ୍ଥିତିରେ ଗତି କରୁଛି। ତେଣୁ ଆପଣ ନିଜର କର୍ତ୍ତବ୍ୟ କରନ୍ତୁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶକୁ ପାଳନ କରନ୍ତୁ। ନିଜ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ସୁସ୍ଥ ରହିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି। ସମସ୍ତଙ୍କୁ ଧରି ଧୈର୍ଯ୍ୟଧରି କରୋନା ଭଳି ମହାମାରୀ ସହ ମୁକୁବିଲା କରିବାକୁ ପଡିବ। ବିଶ୍ବ ଯୁଦ୍ଧରେ ବି ଜନଧାରଣ ଏତେ ପ୍ରଭାବିତ ହୋଇ ନଥିଲେ। ବିନା କାରଣରେ ଘରୁ ପଦାକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ମିଡିଆ ପ୍ରତିନିଧି, ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି।

ମୋଦି ନିଜ ଅଭିଭାଷଣ ଆହୁରି ମଧ୍ୟ କହିଛନ୍ତି, ଏହି ସଙ୍କଟ ଟଳିବାକୁ ଆଉ କିଛି ସପ୍ତାହ ଲାଗିବ। କରୋନା ଏକ ଜନତା କର୍ଫ୍ୟୁ ​ବୋଲି ମୋଦି କହିଛନ୍ତି। ଆସନ୍ତା ୨୨ ତାରିଖରେ ଜନତା ପର୍ଫ୍ୟୁ ପାଳନ କରାଯିବ। ଦିନଠାରୁ ରାତି ପର୍ଯ୍ୟନ୍ତ କେହି ବାହାରକୁ ବାହାରିବେ ନାହିଁ। ଦେଶବାସୀ ଆଗ୍ରହ ସହ ଏହି ଦିନଟି କୁ ପାଳନ କରିବା ଉଚିତ୍‌। ଏହି ଜନତା କର୍ଫ୍ୟୁ ସଂପର୍କରେ ଅନ୍ୟମାନଙ୍କୁ ସୂଚନା ଦେବା ଉଚିତ୍‌।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଆତଙ୍କ ମଧ୍ୟରେ ଉପୁଜିଥିବା ସ୍ଥିତି ଓ ଏହାର ମୁକାବିଲ ପାଇଁ ନିଆଯାଇଥିବା ପଦକ୍ଷେପକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗତ ୨ ମାସ ଧରି ଦୁନିଆର ଚିନ୍ତାଜନକ ଖବର ଆସୁଛି। ତେବେ ଭାରତବାସୀ ଏହି ମହାମାରୀର ଉଚିତ ମୁକାବିଲା କରିଛନ୍ତି। ଏହି ଭାଇରସ ମାନବଜାତିକୁ ସଙ୍କଟରେ ପକାଇଛି ବୋଲି ସେ କହିଛନ୍ତି।