ଲକ୍‌ଡାଉନ୍ ପରି କଠୋର ପଦକ୍ଷେପକୁ ଶେଷ ବିକଳ୍ପ ଭାବେ ଉପଯୋଗ କରାଯାଉ : ପ୍ରଧାନମନ୍ତ୍ରୀ

ପ୍ରବାସୀ ଶ୍ରମିକ ମାନେ ଯିଏ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।  କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଦେଶର ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଲାମ କରିଥିଲେ। କରୋନା କଟକଣା ଦେଶର ସ୍ଥିତି ସୁଧାରିବା ପାଇଁ କଡ଼ାକଡି କରାଯାଉଥିବା କହିବା ସହ ଅମ୍ଲଜାନ ଯୋଗାଣ ବିଷୟରେ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଯେ, ଦେଶର ଅନେକ ସ୍ଥାନରେ ଅମ୍ଳଜାନର ଚାହିଦା ବୃଦ୍ଧି ପାଇଛି। ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଅମ୍ଳଜାନ ଉପଲବ୍ଧ କରାଇବାକୁ କେନ୍ଦ୍ର, ରାଜ୍ୟ ସରକାର, ବେସରକାରୀ କ୍ଷେତ୍ର ଚେଷ୍ଟା କରୁଛନ୍ତି। ଏହି ଦିଗରେ ଅନେକ ପଦକ୍ଷେପ ନିଆଯାଉଛି।

ପ୍ରବାସୀ ଶ୍ରମିକ ମାନେ ଯିଏ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ଭୟଭୀୟ ହୋଇ ଫେରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୍‌ଅଭିଭାଷଣରେ ଅପିଲ କରିଛନ୍ତି । ଏହାସହ ପ୍ରବାସୀ ଶ୍ରମିକ ମାନଙ୍କୁ ସବୁ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ମାନେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଆପଣମାନେ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ସେଠି ଆପଣମାନଙ୍କୁ ସବୁ ସୁବିଧା ମିଳିବ । ଟିକାକରଣ ବି କରାଯିବ ।

ଲକ୍‌ଡାଉନ୍‌ର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦେଶରେ ରୋଜଗାର ଓ ଟିକା ଏକ ସଙ୍ଗେ ଚାଲିବ। କେବଳ ଏତିକି ନୁହେଁ ରାଜ୍ୟକୁ ଅପିଲ୍ କରିଛନ୍ତି ଯେ, ଲକ୍‌ଡାଉନ୍ ପରି କଠୋର ପଦକ୍ଷେପକୁ ଶେଷ ବିକଳ୍ପ ଭାବେ ଉପଯୋଗ କରାଯାଉ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ସମାଜ ନିଜେ ଉଠି ଛିଡା ହେବ ତେବେ କଣ୍ଟେନମେଣ୍ଟ ଜୋନ୍ସଠୁ ନେଇ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ କଟକଣାର ଆବଶ୍ୟକତା ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଚାର ମାଧ୍ୟମରେ ମୋର ପ୍ରାର୍ଥନା ଯେ, ଲୋକଙ୍କୁ ସତର୍କ ଓ ସଚେତନ ରହିବା ପାଇଁ ପ୍ରୟାସ ଆଗକୁ ବଢାଯାଉ। ଭୟର ମାହୋଲ ଯେମିତି କମ ରହିବ ଏବଂ ଲୋକେ ଯେମିତି ଦ୍ଵନ୍ଦ୍ଵାତ୍ମକ ସ୍ଥିତିରେ ନ ରହିବେ ସେଥିପ୍ରତି ପ୍ରୟାସ କରାଯାଉ। ରାଜ୍ୟଗୁଡିକୁ ଅପିଲ୍ କରୁଛି ଯେ, ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ। ଆମେ ଦେଶବାସୀଙ୍କ ସ୍ଵାସ୍ଥ୍ୟବସ୍ଥାକୁ ସୁଧାରିବା ଏବଂ ଅର୍ଥବ୍ୟବସ୍ଥାକୁ ମଧ୍ୟ ସୁଧାରିବା ବୋଲି କହିଛନ୍ତି।

ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ବେଶ୍ ଚିନ୍ତାଜନକ ରହିଛି । ଦେଶବାସୀଙ୍କୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ

କରୋନା ବିରୋଧରେ ଦେଶ ଆଜି ବଡ଼ ଲଢ଼େଇ କରୁଛି । କିଛି ସପ୍ତାହ ପୂର୍ବ ଯାଏ ସ୍ଥିତି ଠିକ୍ ଥିଲା । ଏବେ କରୋନାର ଦ୍ୱିତୀୟ ପ୍ରବାହ ଭୟଙ୍କର ହେଉଛି । ଯେଉଁ କଷ୍ଟ ଆପଣ ସହିଥିଲେ, ସହୁଛନ୍ତି ତାହ ମୋତେ ଜଣା ଅଛି । ଯେଉଁ ଲୋକ ନିଜର ପରିଜନକୁ ହରାଇଛନ୍ତି । ସେମାନଙ୍କ ସହ ମୋର ସମବେଦନା ରହିଛି । ପରିବାରର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ଦୁଃଖରେ ସାମିଲ୍ ।

ଯୁଦ୍ଧ ବଡ଼ ଅଟେ । ଆମ ସମସ୍ତଙ୍କୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ । ମୁଁ ଦେଶର ସମସ୍ତ ଡକ୍ଟର, ମେଡିକାଲ ଷ୍ଟାଫ, ପାରା ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ସୁରକ୍ଷାକର୍ମୀ, ପୋଲିସ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନେ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ।

ଆଜି ପୁଣିଥରେ କରୋନାର ଦ୍ୱିତୀୟ ଲହର ବେଳେ ଆପଣଙ୍କ ପରିବାର ଚିନ୍ତା ଛାଡ଼ି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି । କଠିନରୁ ଅଧିକ କଠିନ ସମୟରେ ଆମକୁ ଧୈର୍ଯ୍ୟ ହରାଇବା ଅନୁଚିତ୍ । କୌଣସି ପରିସ୍ଥିତିରୁ ମୁକୁଳିବା ଲାଗି ସଠିକ ନିଷ୍ପତ୍ତି, ସଠିକ୍ ପ୍ରୟାସ ବିଜୟ ଦେଇ ପାରିବ । ଏହି ମନ୍ତ୍ରକୁ ନେଇ ଆଜି ଦେଶ ଦିନରାତି କାର୍ଯ୍ୟ କରୁଛି ।

ବିଗତ କିଛି ଦିନରେ ନିଆଯାଇଥିବା ପଦକ୍ଷେପ ସ୍ଥିତିକୁ ଦ୍ରୁତଗତିରେ ସୁଧାର ଆଣିବ । ଏବେ କରୋନା ପାଇଁ ଦେଶର ଏକାଧିକ ସ୍ଥାନରେ ଅକ୍ସିଜେନ୍ ଚାହିଦା ବହୁତ ଅଧିକ ବଢ଼ିଛି । ଏହି ବିଷୟରେ ସରକାର ସମ୍ବେଦନଶୀଳତାର ସହ କାମ କରୁଛନ୍ତି । କେନ୍ଦ୍ର ସରାକର ଓ ରାଜ୍ୟ ସରକାର, ଘରୋଇ ସଂସ୍ଥା ସମସ୍ତଙ୍କ ପୂରା ଚେଷ୍ଟା ସମସ୍ତ ଗୁରୁତରଙ୍କୁ ଅକ୍ସିଜେନ୍ ମିଳୁ ।

ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣକୁ ବଢ଼ାଇବା ଲାଗି ବିଭିନ୍ନ ଉପାୟ କରାଯାଉଛି । ରାଜ୍ୟରେ ନୂଆ ଅକ୍ସିଜେନ୍ ପ୍ଲାଣ୍ଟ ସହ ୧ ଲକ୍ଷ ନୂଆ ସିଲିଣ୍ଡର ପହଞ୍ଚାଇବା ଉଦ୍ୟମ ହେଉଛି । ଶିଳ୍ପ ସଂସ୍ଥାରେ ବ୍ୟବହୃତ ଅକ୍ସିଜେନକୁ ମେଡିକାଲରେ ବ୍ୟବହାର, ଅକ୍ସିଜେନ୍ ରେଳ ଆଦି ପ୍ରୟାସ କରାଯାଉଛି । ଏବେ ବଢ଼ୁଥିବା କରୋନା କେସ୍ ଦେଖି ଦେଶରେ ଔଷଧ ଉତ୍ପାଦନ ବୃଦ୍ଧି କରାଯାଇଛି । ଜାନୁଆରୀ, ଫେବ୍ରୁଆରୀ ତୁଳନାରେ ଅଧିକ ଔଷଧ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଔଷଧ ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ଏଥିସହ ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି କରାଯାଉଛି । କିଛି ସହରରେ ଚାହିଦାକୁ ଦେଖି ବଡ଼ ବଡ଼ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । ଗତବର୍ଷ କରୋନାର ଅଳ୍ପ କିଛି ମାମଲା ଆସିଥିଲା । ଆମ ବୈଜ୍ଞାନିକ ଦିନରାତି କାମ କରି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିଲେ । ଦୁନିଆରେ ଭାରତରେ ସବୁଠାରୁ ଶସ୍ତା ଭ୍ୟାକ୍ସିନ୍ ମିଳୁଛି । ଭାରତରେ କୋଲ୍ଡ ଚେନ୍ ବ୍ୟବସ୍ଥା ଅନୁକୂଳ ଟିକା ଆମ ପାଖରେ ଅଛି ।

ଟିମ୍ ୱାର୍କ ଯୋଗୁଁ ଭାରତ ୨ଟି ଦେଶୀ ଟିକା ସହ ଟିକାକରଣ ଆରମ୍ଭ କରିପାରିଥିଲା । ଅଧିକରୁ ଅଧିକ ଅଞ୍ଚଳରେ ଲୋକଙ୍କୁ ଟିକା ଦିଆଯିବା ପରେ ଗୁରୁତ୍ୱ ଦିଆଯାଉଛି। ଏବେ ସୁଦ୍ଧା ୧୨ କୋଟି ଲୋକଙ୍କୁ ଟିକା ଦିଆଗଲାଣି । ଆମ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ବଡ଼ ଶତକଡ଼ା ଭ୍ୟାକ୍ସିନ୍ ନେଇ ସାରିଲେଣି । ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ଯେକୌଣସି ବ୍ୟକ୍ତି ଭ୍ୟାକ୍ସିନ୍ ନେଇପାରିବେ ।

ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନର ଅଧା ସିଧାସଳଖ ରାଜ୍ୟ ଓ ହସ୍ପିଟାଲଗୁଡ଼ିକୁ ମିଳିବ । ଗରିବ, ବୃଦ୍ଧ, ନିମ୍ନ ମଧ୍ୟବିତ୍ତ ଓ ୪୫ ବର୍ଷରୁ ଅଧିକ ଲୋକଙ୍କୁ କରାଯାଉଥିବା ଟିକାକରଣ ଜାରି ରହିବ । ପୂର୍ବଭଳି ସରକାରୀ ହସ୍ପିଟାଲରେ ମାଗଣା କୋଭିଡ୍ ଟିକାକରଣ ଜାରି ରହିବ । ଆମ ସମସ୍ତଙ୍କ ପ୍ରୟାସ ଜୀବନ ବଞ୍ଚାଇବା । ଏଥିସହ ଆର୍ଥିକ ଗତିବିଧି ସହ ଜୀବନଜୀବିକାକୁ ଜାରି ରଖିବା ।

pm narendra modi addressing nation on corona situation