ସିଓଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି । ସିଓଲରେ ପହଂଚିବା ପରେ ଏକ ହୋଟଲେର ସେ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ । ଏଠାରେ ମୋଦି ମୋଦି ନାରା ଲାଗିଥିଲା । ସିଓଲରେ ସେ ସେଠାକାର ରାଷ୍ଟ୍ରପତିଙ୍କ ସହ ସ୍ପେଶାଲ ଷ୍ଟ୍ରାଟେଜିକ ପାର୍ଟନରସିପ ନେଇ ଆଲୋଚନା କରିବେ । ସିଓଲରେ ଭାରତ-କୋରିଆ ବିଜନେସ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ସେଠାରେ ଦ୍ୱି-ପାକ୍ଷିକ ସାର୍ଟଅପ୍ ହବକୁ ଲଂଚ କରିବା ସହ ସେଠାରେ ରହୁଥିବା ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ହେବ ଦ୍ୱିତୀୟ ଦକ୍ଷିଣ କୋରିଆ ଗସ୍ତ । ସିଓଲରେ ମୋଦିଙ୍କୁ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବ । ୧୯୮୮ ମସିହାରେ ସିଓଲ ଅଲମ୍ପିକ ଗେମ୍ସର ସଫଳ ଆୟୋଜନ ପରେ ଏହି ପୁରସ୍କାରର ଆରମ୍ଭ କରାଯାଇଥିଲା । ଏହି ଶାନ୍ତି ପୁରସ୍କାର ପାଇବାରେ ମୋଦି ହେଉଛନ୍ତି ୧୪ ତମ ବ୍ୟକ୍ତି । ସିଓଲରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତିର ବି ଅନାବରଣ କରିବେ ପ୍ରଧାନମନ୍ତ୍ରୀ ।