୧୧ଟାରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଙ୍କ ସହ କଥା ହେବେ ପ୍ରାଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ ମୁକାବିଲା ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଛି । ବର୍ତମାନ ପରିପ୍ରେକ୍ଷୀରେ ଏହା ଏପ୍ରିଲ ୧୪ ଯାଏଁ ଜାରି ରହିବ । କିନ୍ତୁ ଏହାରି ମଧ୍ୟରେ ଅନେକ ରାଜ୍ୟ ଲକଡାଉନ ତାରିଖ ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ନେଇ ଆଜି ନିଷ୍ପତି ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ ବାର୍ତା ଜରିଆରେ ବୈଠକରେ ଆଲୋଚନା କରିବେ । ତେଣୁ ମୋଦୀଙ୍କ ଏହି ବୈଠକ ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ଲକଡାଉନର ସମୀକ୍ଷା ହେବ । ସରକାରଙ୍କ ଦ୍ୱାରା ଦିଆଯିବାକୁ ଥିବା ସହାୟତା ରାଶିର ମଧ୍ୟ ସମୀକ୍ଷା ହେବ । ଲକଡାଉନ ଆଗକୁ ବଢ଼ିବା ନେଇ ଆଲୋଚନା ହେବାର ଆଶଙ୍କା ରହିଛି ।

ଓଡ଼ିଶା ସରକାର ଲକଡାଉନ ଅବଧି ଏପ୍ରିଲ ୩୦ ଯାଏଁ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ ଭାରତରେ ଲକଡାଉନ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିଲା ।