ରାତି ୮ଟାରେ ଦେଶବାସୀଙ୍କୁ ଟିଭିରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ ନୁହେଁ, ରାତି ୮ଟାରେ କଶ୍ମୀର ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ଅପରାହ୍ନ ୪ଟାରେ ସେ ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ କଶ୍ମୀର ପ୍ରସଙ୍ଗରେ କହିବେ ବୋଲି ସୂଚନା ମିଳିଥିଲା। ଏ ନେଇ ଅଲ୍ ଇଣ୍ଡିଆ ରେଡିଓ ଟ୍ୱିଟ ମଧ୍ୟ କରିଥିଲା। ହେଲେ କିଛି ସମୟ ପରେ ଅଲ୍ ଇଣ୍ଡିଆ ରେଡିଓ ସେଇ ଟ୍ୱିଟକୁ ଡିଲିଟ୍ କରିଦେଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ କଶ୍ମୀର ପ୍ରସଙ୍ଗରେ ରାତି ୮ଟାରେ ଟେଲିଭିଜନ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ (ପିଏମଓ) ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବାତିଲ୍ କରାଯାଇ ଥିଲା ବୋଲି ଜଣା ପଡ଼ିଛି।

ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ନେଇ ଅବଗତ କରାଇଥିଲେ। ଏହାପରେ ମଙ୍ଗଳବାର ସରକାର ଲୋକସଭାରେ ଜମ୍ମୁ-କଶ୍ମୀର ବିଭାଜନ ବିଲ୍‌ ପାସ୍‌ କରାଇଥିଲେ। ସରକାର ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଗୋଟିଏ ଜମ୍ମୁ କଶ୍ମୀର ଅନ୍ୟଟି ଲଦାଖ। ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କଶ୍ମୀର ପ୍ରସଙ୍ଗରେ ନିଜର ଅଭିଭାଷଣ ଗତକାଲି ରଖିବାର ଯେଉଁ ପ୍ରସ୍ତାବ ଥିଲା।