ମୋଦିଙ୍କ 3.0 ଇନିଙ୍ଗ, ରାଷ୍ଟ୍ରପତି କରାଇଲେ ଶପଥ ପାଠ

ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବରେ ତାଙ୍କୁ ଶପଥ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆୟୋଜିତ ଏହି ଉତ୍ସବରେ ପଡୋଶୀ ରାଷ୍ଟ୍ରର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡକରୀ, ଜେପି ନଡ୍ଡା ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।