ଲକ୍ ଡାଉନ୍ ରେ ଯୋଗାସନର ୩ଡି ଭିଡିଓ ଅପଲୋଡ କଲେ ମୋଦି

ନୂଆଦିଲ୍ଲୀ: ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାସନର ୩ଡି ଭିଡିଓ ଅପଲୋଡ କରିଛନ୍ତି ।  ପ୍ରଧାନମନ୍ତ୍ରୀ  ମୋଦି ଟୁଇଟ କରି ଲେଖିଛନ୍ତି, ଗତକାଲି ମନ୍ କି ବାତ ସମୟରେ କେହି ଜଣେ ତାଙ୍କ ଫିଟନେସର ରୁଟିନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହା ପରେ ଏହି ଯୋଗ ଭିଡିଓ ସେୟାର କରିବାର ବିଚାର ତାଙ୍କ ମନକୁ ଆସିଥିଲା । ଏଥିସହ ସେ ଲେଖିଛନ୍ତି, ମୁଁ ଆଶା କରୁଛି ଆପଣମାନେ ସମସ୍ତେ ନିୟମିତ ଏହିଭଳି ଯୋଗ କରିବେ।

ଦୀର୍ଘ ଦିନ ହେଲା ଯୋଗ କରିବା ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି । ଯେଉଁଥିରେ ତାଙ୍କୁ ଲାଭ ବି ମିଳିଛି । ତେଣୁ ଆପଣମାନେ ଫିଟ ରହିବା ପାଇଁ ଏହି ସବୁ ଉପାୟ ଆପଣାଇଥିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଅପଲୋଡ ହୋଇଥିବା ଭିଡିଓଗୁଡିକ ବିଭିନ୍ନ ଭାଷାରେ ରହିଛି । ଯେଉଁ ଭିଡିଓ ଅପଲୋଡ ହୋଇଛି ସେଗୁଡିକ ଆନିମେଟେଡ ଭିଡିଓ । ଏହି ଭିଡିଓରେ ମୋଦି ୩ଡି ଅବତାରରେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି ।