ସୂର୍ଯ୍ୟୋପରାଗ ଦେଖିବା ସମୟରେ ଫଟୋ ପୋଷ୍ଟ କରି ଏଭଳି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ହୋଇଛି । ଯାହା ସକାଳ ୮ଟା ୧୯ ରୁ ଆରମ୍ଭ ହୋଇ ୧୧ଟା ୨୮ରେ ଶେଷ ହୋଇଛି । ତେବେ ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ସମସ୍ତଙ୍କ ମନରେ ଖୁବ୍ ଆଗ୍ରହ କରିଥିଲା । ତେବେ ଏଥିରୁ ବାଦ୍ ପଡି ନ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟୋପରାଗ ଦେଖିବା ସମୟର ଏକ ଫଟୋ ସେୟାର କରି ନିଜର ମନକଥା ଦେଶବାସୀଙ୍କୁ ଜଣାଇଛନ୍ତି ।

ସେ  ଟ୍ୱିଟରେ ଲେଖିଛନ୍ତି ଯେ, ଅନ୍ୟ ଭାରତୀୟଙ୍କ ଭଳି ମୁଁ ବି ଆଜି ସୂର୍ଯ୍ୟୋପରାଗ ଦେଖିବାକୁ ଉତ୍ସାହିତ ଥିଲି। ଘନ ବାଦଲ କାରଣରୁ ମୁଁ ସୂର୍ଯ୍ୟଙ୍କୁ ଦେଖିପାରି ନାହିଁ। କିନ୍ତୁ ଅନ୍ୟ ସ୍ଥାନ ଗୁଡିକର ଲାଇଭ୍ ଷ୍ଟ୍ରିମ୍ ଦେଖିଛି। ବିଶେଷଜ୍ଞଙ୍କ ସହ ବାର୍ତାଳାପ କରି ଏସମ୍ପର୍କରେ ଜ୍ଞାନ ବୃଦ୍ଧି କରିଛି।