ଝାଡଖଣ୍ଡ ବିଧାନସଭାର ନୂତନ ଭବନ ଏବଂ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ ମୋଦୀ

ରାଂଚୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ରାଂଚୀରେ ପହଁଚିଛନ୍ତି। ଏଠାରେ ମୋଦୀ ନୂତନ ଝାଡଖଣ୍ଡ ବିଧାନସଭାର ନୂତନ ଭବନର ଉଦଘାଟନ କରିଛନ୍ତି। ଏହାପରେ ସେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ସହ ବହୁ ବିକାଶମୂଳକ ପରିଯୋଜନାର...

ରାଂଚୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ରାଂଚୀରେ ପହଁଚିଛନ୍ତି। ଏଠାରେ ମୋଦୀ ନୂତନ ଝାଡଖଣ୍ଡ ବିଧାନସଭାର ନୂତନ ଭବନର ଉଦଘାଟନ କରିଛନ୍ତି। ଏହାପରେ ସେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ସହ ବହୁ ବିକାଶମୂଳକ ପରିଯୋଜନାର ଶିଳାନ୍ୟାସ କରିଛନ୍ତି। 

ଏହି ସମୟରେ ମୋଦୀ ସାଧାରଣ ଜନତାଙ୍କୁ ସମ୍ବୋନ୍ଧନ କରିଥିଲେ। ମୋଦୀ କହିଛନ୍ତି କି,  ପ୍ରତି ଭାରତବାସୀଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ଆମ ସରକାର ପ୍ରୟାସରତ। ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦେଶର କୋଟି କୋଟି ଅସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ  ପେନଶନ ଯୋଜନାରେ ଯୋଡା ଯାଇଛି। ବିକାଶ ଆମର ପ୍ରାଥମିକତା ଏବଂ ପ୍ରତିବଦ୍ଧତା। ଏବେ ଦେଶ ଯେଉଁ ଗତିରେ ଆଗକୁ ବଢୁଛି ଆଗରୁ କେବେ ଏଭଳି ହୋଇ ନଥିଲା। 

ଚଳିତ ଅଧିବେଶନରେ ଆପଣମାନେ ମଧ୍ୟ ବହୁତ କିଛି ଜାଣିଥିବେ ଏବଂ ଶୁଣିଥିବେ। ଏଥର ଅଧିବେଶନ ଯେଉଁ ପ୍ରକାର ଚାଲିଛି ତାହା ଦେଖି ଆପଣମାନେ ଖୁସୀ ହୋଇଥିବେ ନିଶ୍ଚୟ। ଏଥରର ମୌସୁମୀ ଅଧିବେଶନ ଦେଶ ପାଇଁ ଇତିହାସ ପାଲଟିଛି। ତେବେ ଆଜିର ଦିନ ଝାରଖଣ୍ଡ ପାଇଁ ମଧ୍ୟ ସ୍ମରଣୀୟ ରହିବ। କାରଣ ବିଧାନସଭାର ନୂତନ ଭବନର ଲୋକାର୍ପଣ କରାଯାଇଛି। ରାଜ୍ୟ ହେବାର ଦୁଇ ଦଶକ ପରେ ଝାରଖଣ୍ଡର ଲୋକତନ୍ତ୍ରର ମନ୍ଦିରର ଆଜି ଲୋକାର୍ପଣ ହୋଇଛି। ଜନତାଙ୍କୁ ଲୁଟୁଥିବା ଲୋକମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇବା ଆମର କାମ। ଏଥିପାଇଁ ମଧ୍ୟ କାମ କରାଯାଉଛି। 

ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ କରିବା ଏବଂ ଜାମ୍ମୁ କାଶ୍ମୀର ଓ ଲଦ୍ଦାଖର ବିକାଶକୁ ନୂତନ ସ୍ତରରେ ନେଇ ପହଁଚାଇବାକ ଆମର ଲକ୍ଷ୍ୟ। ଏଥିପାଇଁ ଆମେ କାମ କରିବା ଆରମ୍ଭ କରି ଦେଇଛୁ। ପିଏମ କିଷାନ ନିଧି ଯୋଜନାରେ ଦେଶର କୋଟି କୋଟି କୃଷକ ଏବେ ଲାଭବାନ୍ ହେଉଛନ୍ତି। ଗତ ୧୦୦ ଦିନ ମଧ୍ୟରେ ଦେଶବାସୀ ଦେଖିଛନ୍ତି ତାହା ଟ୍ରେଲର ଫିଲ୍ମ ଏବେ ବାକି ଅଛି। ନୂତନ ସରକାର ଗଠନ ହେବା ପରେ ଯେଉଁ ରାଜ୍ୟ ଗୁଡିକୁ ଯିବା ପାଇଁ ମୋତେ ଅବସର ମିଳିଛି ସେଥି ମଧ୍ୟରୁ ଝାରଖଣ୍ଡ ଅନ୍ୟତମ। ଏହା ହେଉଛି ସେହି ମଇଦାନ ଯେଉଁଠାରୁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଥିଲା।

Spread the love
Categories
ଦେଶ-ବିଦେଶ

RELATED BY