ମମତାଙ୍କୁ ଭେଟିଲେ ମୋଦି

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ଦିନିଆ କୋଲକତା ଗସ୍ତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ସାକ୍ଷାତ ହୋଇଥିଲା। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଯାତ୍ରା ସେହି ସମୟରେ ହୋଇଛି, ଯେବେ ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧିତ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ତୃଣମୂଳ କଂଗ୍ରେସର ଛାତ୍ର ୟୁନିଟ୍ ଟିଏମସିପି ଦ୍ଵାରା ରାଣୀ ରାସମଣୀ ମାର୍ଗରେ ସିଏଏ, ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି) ଓ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ବିରୋଧରେ ଆୟୋଜିତ ଧାରଣାରେ ସାମିଲ ହେବେ। ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ଏକ ଘଂଟା ପାଇଁ ଟିଏମସିପି ପ୍ରଦର୍ଶନକାରୀଙ୍କୁ ଭେଟିବେ। ବାମମୋର୍ଚ୍ଚାର କାର୍ଯ୍ୟକର୍ତା ଶନିବାର ଉତର ୨୪ ପ୍ରଗଣା ଜିଲ୍ଲାର ବିଭିନ୍ନ ଅଂଚଳରେ ନାଗରିକତା ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ ଗସ୍ତ ଠିକ୍ ଏମିତି ସମୟରେ ହୋଇଛି, ଯେବେ ପଶ୍ଚିମବଙ୍ଗରେ ନୂତନ ନାଗରିକତା ଆଇନକୁ ନେଇ ବ୍ୟାପକସ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିମାନ ବନ୍ଦରରୁ କେବଳ ଦେଢ କିମି ଦୂରରେ ଦମ ଦମ ଅଂଚଳରେ ବାମମୋର୍ଚ୍ଚାର କାର୍ଯ୍ୟକର୍ତା ମୋଦି ଫେରିଯାଅ ବ୍ୟାନର ଲେଖି ଶୋଭାଯାତ୍ରା ବାହାର କରିଛନ୍ତି। ଜଣେ ପ୍ରଦର୍ଶନକାରୀ କହିଛନ୍ତି ଯେ ପର୍ଯ୍ୟନ୍ତ ଏହି ଆଇନକୁ ପ୍ରତ୍ୟାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ। ଆମେ ଚାହୁଁ ନାହୁଁ ଯେ, ନରେନ୍ଦ୍ର ମୋଦି କୋଲକାତା ଆସନ୍ତୁ ଏବଂ ଆମ ସରହାରର ମାହୋଲ ବିଗୁଡ଼ୁ।