ମନ କି ବାତ କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସାରେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା । ମନ କି ବାତ କାର୍ଯ୍ୟକ୍ରମରେ କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ସ୍ବାମୀ ବୀରେନ ସାହୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଛେଳି ଫାର୍ମ କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ଉଚ୍ଚ ଶିକ୍ଷିତ ଦମ୍ପତି। ନିଜେ ସଶକ୍ତ ହେବା ସହ ଗ୍ରାମବାସୀଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି ।

ଉଭୟ ଦମ୍ପତି ବେଙ୍ଗାଲୁରୁରୁ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି । ତାଙ୍କ ଦ୍ବାରା  ୫୦ଟି ଗାଁର ପ୍ରାୟ ୧ ହଜାର ଲୋକ ଉପକୃତ ହେଉଛନ୍ତି ।

ସେପଟେ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍ କି ବାତ୍‌ କାର୍ଯ୍ୟକ୍ରମ ବନ୍ଦ ରହିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ମାର୍ଚ୍ଚ ମାସରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ । ତେଣୁ କାର୍ଯ୍ୟକ୍ରମ ବନ୍ଦ ରହିବ । ୧୧୧ତମ ଏପିଏମ୍ ୩ ମାସ ପରେ ଶୁଭାରମ୍ଭ ହୋଇପାରେ। ଏହି ସମୟରେ ମନ୍ କି ବାତ୍‌ର ଛୋଟ ଭିଡିଓ କରି ସେୟାର କରନ୍ତୁ। ୟୁଟ୍ୟୁବ୍ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ।