ମହାବଳୀପୁରମ୍‌ ସମୁଦ୍ର ବେଳାଭୂମି ସଫା କଲେ ମୋଦୀ

ମହାବଳୀପୁରମ:ମୋଦୀ ମହାବଳୀପୁରମ୍‌ ସମୁଦ୍ର ବେଳାଭୂମିରେ ସଫା କରିଛନ୍ତି । ନିଜେ ଅଳିଆ ଆବର୍ଜନା ଉଠାଇଛନ୍ତି । ପ୍ରାୟ 30 ମିନିଟ୍‌ ଧରି ସେ ସଫେଇ କରିଥିଲେ । ସେ ରହୁଥିବା ହୋଟେଲ୍‌ କର୍ମଚାରୀ ଜୟରାଜଙ୍କୁ ସମସ୍ତ ଅଳିଆକୁ ଗୋଟାଇ ପିଙ୍ଗିବାକୁ ଦେଇଥିଲେ । ଆମର ସର୍ବସାଧାରଣ ସ୍ଥାନକୁ ସଫା ସୁତୁରା ରଖିବାକୁ ମୋଦୀ ଆହ୍ୱାନ କରିଛନ୍ତି । ଏହା ଆମେ ଫିଟ୍ ଓ ସୁସ୍ଥ ଅଛୁ ବୋଲି ଚାଲ ପ୍ରମାଣ କରିବା ନେଇ ମୋଦୀ ଟ୍ୱିଟର୍‌ରେ କହିଛନ୍ତି । ଏହା ସହିତ ସେ ବେଳାଭୂମିରେ ବସି କିଛି ସମୟ କଟାଇଥିଲେ । 

ଏଠାରେ ଉଲ୍ଲେଖଯୋଗ୍ୟ, ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି । ତାମିଲନାଡ଼ୁର ମହାବଳୀପୁରମ୍‌ରେ ଉଭୟ ରାଷ୍ଟ୍ର ନେତା ଜିନ୍‌ପିଙ୍ଗ ଓ ମୋଦୀଙ୍କ ମଧ୍ୟ ସାକ୍ଷାତକାର ହୋଇଛି । ଆଜି ମଧ୍ୟ ପୁଣି ଥରେ ମୋଦୀ ଓ ଜିନ୍‌ପିଙ୍ଗ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହେବାର ରହିଛି । ଗତକାଲି ଉଭୟ ରାତ୍ର ଭୋଜନ ଏକାଠି କରିଥିଲେ । ଆତଙ୍କାବାଦୀ ଓ ବାଣିଜ୍ୟରେ ସନ୍ତୁଳନ ରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା ।