ମୋଦି- ନବୀନ ଭେଟଘାଟ : ଆୟୁଷମାନ ଯୋଜନା ଓ ଉପବାଚସ୍ପତି କଥା ଉଠିଲାନି

ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ୫ ହଜାର ୨୨୮ କୋଟିର ସହାୟତା ଓ ୫ ଲକ୍ଷ ପକ୍କା ଘର କେଲେ ଦାବି

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି ନବୀନ । ମୋଦିଙ୍କୁ ବିଜୟ ଅବସରରେ ଶୁଭେଚ୍ଛା ଜଣାଇବା ସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି  । ଫୋନି ପାଇଁ ୫ ହଜାର ୨୨୮ କୋଟିର ସହାୟତା ଓ ୫ ଲକ୍ଷ ପକ୍କା ଘର ଯୋଗାଇବାକୁ ଦାବି ରଖିଛନ୍ତି  ନବୀନ । ସେହିପରି କୋଇଲା ରୟାଲଟି  ବୃଦ୍ଧି ନେଇ ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଲୋକସଭାର ଉପ ବାଚସ୍ପତି ଓ  ଆୟୁଷ୍ମାନ ଯୋଜନା ନେଇ ଭଭୟଙ୍କ ଭିତରେ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ନବୀନ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମଥର ପାଇଁ ଭେଟିଛନ୍ତି  ।