ପିଏମ୍ କେୟାର୍ସ ଫଣ୍ଡକୁ ୨୫ ହଜାର ଟଙ୍କା ଦାନ କଲେ ପ୍ରଧାନମନ୍ତ୍ରୀଙ୍କ ମା’

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ବିଭିନ୍ନ ଆଡୁ ଦାନର ସୁଅ ଛୁଟିବାରେ ଲାଗିଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ମା’ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ପିଏମ୍ କେୟାର୍ସ ଫଣ୍ଡକୁ ୨୫ ହଜାର ଟଙ୍କା ଦାନ କରିଛନ୍ତି ।

ସୂଚନାଯୋଗ୍ୟ, ମହାମାରୀ କରୋନା ଜୀବାଣୁ ମୁକାବିଲା ପାଇଁ ପିଏମ୍ କେୟାର୍ସ ଫଣ୍ଡ ଗଠନ କରାଯାଇଛି। ଏହାର ଗଠନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ଯେ କରୋନା ସହିତ ଯୁଦ୍ଧ କରିବା ପାଇଁ ଅଧିକରୁ ଅଧିକ ଦାନ କରନ୍ତୁ | ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଣ୍ଠି (ପିଏମ୍ କେୟାର୍ସ ଫଣ୍ଡ) ନାମକ ଏକ ପୃଥକ ସାର୍ବଜନୀନ ଦାନକାରୀ ଟ୍ରଷ୍ଟ ଭାବରେ ପିଏମ୍ କେୟାର୍ସ ଫଣ୍ଡ ଗଠନ କରିଥିଲେ ।