ପବିତ୍ର ମହାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ମହାଷ୍ଟମୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ  ନିଜର ଟୁଇଟରରେ ଲେଖିଛନ୍ତି ‘‘ନବରାତ୍ରିର ମହାଷ୍ଟମୀ ପୂଜାର ହାର୍ଦ୍ଦିକ ଶୁଭକାମନା। ଦୁର୍ଗାଷ୍ଟମୀର ଅଭିଷ୍ଟ ଦେବୀ ମହାଗୌରୀ ଆମସମସ୍ତଙ୍କ ଜୀବନରେ ସୁଖ, ସୌଭାଗ୍ୟ ଏବଂ ସମୃଦ୍ଧି ଆଣି ଆସନ୍ତୁ।’ଏହା ସହିତ  ନିଜ ଟୁଇଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ଆଖି ପାଉନଥିବା ତୋରଣ ଓ ମଣ୍ଡପରେ ମାଆଙ୍କ ଆବାହନ ସହ ମହାଷ୍ଟମୀ ପୂଜାରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଛୁଟିଛି ପୂଜା ମଣ୍ଡପକୁ । ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା ଦେଖିବାକୁ ଭିଡ ଜମାଉଛନ୍ତି । ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁ ଆତୁର ରହିଛି । ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ସେପଟେ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠରେ ମାଆଙ୍କ ଆରାଧନା କରାଯାଉଛି । କଟକରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି । ପୁରୀରେ ମଧ୍ୟ ବେଶ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା ।