୬ ରାଜ୍ୟରେ ‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତା ହୋଇଛନ୍ତି । ଏଥିସହିତ ପଂଚାୟତିରାଜ ଦିବସ ଅବସରରେ ମୋଦି ଏକ ନୂଆ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଏକ ସ୍ୱତନ୍ତ୍ର ମୋବାଇବ ଆପ ଲଂଚ ମଧ୍ୟ କରିଛନ୍ତି । ତେବେ ଏହି ପୋର୍ଟାଲ ଜରିଆରେ ଗ୍ରାମ ପଂଚାୟତର ସମସ୍ୟା ଏବଂ ସେମାନଙ୍କ ସହ ଜଡିତ ସମସ୍ତ ସୂଚନା ଗୋଟିଏ ଜାଗାରେ ଉପଲବ୍ଧ ହେବ । ସେହିଭଳି ପଂଚାୟତି ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ରାଜ୍ୟରେ ‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଯାହା ଫଳରେ ପଂଚାୟତିରାଜକୁ ଡିଜିଟାଲକରଣ କରାଯିବା ସହ ଡ୍ରୋନ ମାଧ୍ୟମରେ ଗାଁର ସବୁ ଲୋକଙ୍କ ସଂପତିର ମ୍ୟାପିଂ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ଗ୍ରାମ ପଂଚାୟତର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ନୂଆ ଇଗ୍ରାମ ସ୍ୱାରାଜ ପୋର୍ଟାଲ ସହିତ ଉଦଘାଟନ ହୋଇଛି ସ୍ୱାମୀତ୍ୱ ଆପ୍ ।

ଦେଶର ୬ଟି ରାଜ୍ୟରେ ଆରମ୍ଭ ହେଉଛି ଏହି ସ୍ୱାମୀତ୍ୱ ଯୋଜନା । ଆଗକୁ ଏହା ଆରମ୍ଭ ହେବ ଦେଶର ସବୁ ଗ୍ରାମରେ । ଡ୍ରୋନ୍ ଜରିଆରେ ସମସ୍ତଙ୍କ ସମ୍ପତି ନେଇ ସର୍ଭେ ତଥ୍ୟ ରହିବ ଏହି ଆପରେ । ସମ୍ପତି କୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିବାଦ ବି କମିଯିବ । ସହର ପରି ଆପଣ ଗାଁରେ ବି ସ୍ୱାମୀତ୍ୱ ଆପ୍ ଜରିଆରେ ଋଣ ନେଇପାରିବେ ।