ନୂଆଦିଲ୍ଲୀ: ଜନ ଔଷଧି ସପ୍ତାହ ଦିବସରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଔଷଧି କେନ୍ଦ୍ରର ହିତାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୋରୋନୋ ଭାଇରସ୍ ବିଷୟରେ ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ।
ଯାହା ବି ଆଶଙ୍କା ରହିଛି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ସହ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ ନମସ୍କାର ଅଭ୍ୟାସ କରୁଛି। ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସ ପରିତ୍ୟାଗ କରିଛୁ, ତେବେ ହାତ ମିଳାଇବା ପରିବର୍ତେ, ଏ ଅଭ୍ୟାସକୁ ପୁନଃ କାର୍ଯ୍ୟକାରୀ କରିବାର ଉପଯୁକ୍ତ ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।