ବାହାରୀନର ଶ୍ରୀନାଥଜୀ ମନ୍ଦିରରେ ପୁନର୍ନିମାଣ ପରିଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାହାରୀନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରୀନର ୨୦୦ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ପହଁଚିଛନ୍ତି । ସେଠାରେ ସେ ମନ୍ଦିରର ପୁନନିର୍ମାଣ ପରିଯୋଜନାର ଶୁଭାରମ୍ଭ କରି ପ୍ରାର୍ଥନା କରିଛନ୍ତି । ଏହି ପରିଯୋଜନାରେ ୪୨ ଲକ୍ଷ ଡଲାର ନିବେଶ କରାଯାଇଛି । ତେବେ ମୋଦୀ ବାହାରୀନ ଯାତ୍ରାରେ ଯାଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାହାରୀନର ବଲୀ ଅହଦ ସଲମାନ ବିନ ହମାଦ ବିନ ଇସା ଅଲ ଖଲିଫାଙ୍କ ସହ ସାକ୍ଷାତ କରିଥିଲେ । ଭାରତ ଏବଂ ବାହାରୀନେ ସମ୍ପର୍କ ସୁଦୃଢ କରିବା ପାଇଁ ଚର୍ଚ୍ଚା କରିଥିଲେ । ଦୁଇ ଦେଶର ନେତାଙ୍କ ମଧ୍ୟରେ ବ୍ୟାପାରିକ ଏବଂ ସାଂସ୍କୃତିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା ହୋଇଥିଲା । ମୋଦୀଙ୍କ ବାହାରୀନ ଯାତ୍ରାକୁ ନେଇ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର ଟ୍ୱିଟ କରିଛନ୍ତି କି, ମୋଦୀ ବହରୀନର ଅହଦ ସଲମାନ ବିନ ହମାଦଙ୍କ ସହ ସାକ୍ଷାତ କରିଛନ୍ତି । ସେ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ସୁଦୃଢ କରିବା ପାଇଁ ଚର୍ଚ୍ଚା କରିଛନ୍ତି ।

ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ଟ୍ୱିଟ କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଶନିବାର ଦିନ ଦ କିଙ୍ଗ ହମାଦ ଅର୍ଡର ଅଫ ଦ ରିନେସାନ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା ।