ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଙ୍ଗ ଜରିଆରେ କୋରୋନା ଭାଇରସ୍ ସମ୍ପର୍କରେ କଥାବାର୍ତା ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ର ରାଜ୍ୟରେ କରୋନାଭାଇରସଜନିତ ପରିସ୍ଥିତି ସଂକ୍ରାନ୍ତରେ ଟେଲିଫୋନରେ ବାର୍ତାଳାପ କରିଥିଲେ ।
ପ୍ରକାଶଯୋଗ୍ୟ ଯେ ବିଗତ ୧୨ ଘଣ୍ଟା ମଧ୍ୟରେ ୧୩୧ଟି କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ରିପୋର୍ଟ ହୋଇଛି ।