୮ କୋଟି ନମ୍ୱର ଉଜ୍ଜଳା କନେକ୍ସନ ବାଣ୍ଟିଲେ ପିଏମ ମୋଦୀ

ଔରଙ୍ଗାବାଦ : ଚନ୍ଦ୍ରଯାନ-୨ ମିଶନ ଅଳ୍ପକେ ଅସଫଳ ହେବା ପରେ ବି ବୈଜ୍ଞନିକମାନେ ଆତ୍ମବିଶ୍ୱାସରେ ଭରପୁର ଅଛନ୍ତି । ବୈଜ୍ଞାନିକମାନେ ଏବେ ଏଥିରୁ ଶିକ୍ଷା ଲାଭ କରି ଆଗକୁ ବଢିବା ନେଇ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଇସ୍ରୋ ପରି ପ୍ରତିବଦ୍ଧତା ସହ ଜୀବନର ସବୁ ସଂକଳ୍ପକୁ ପୁରଣ କରାଯାଇ ପାରିବ । ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରର ଔରଙ୍ଗାବାଦରେ ୮କୋଟି ନମ୍ୱର ଗ୍ୟାସ କନେକ୍ସନ ଦେଇ ଏହି କଥା କହିଛନ୍ତି ।

ମହାରାଷ୍ଟ୍ରର ଔରଙ୍ଗାବାଦରେ ବିକାଶ ପରିଯୋଜନା ସହ ଜଡିତ ଥିବା କାର‌୍ୟ୍ୟକ୍ରମରେ ସମ୍ୱୋଧିତ କରି ପିଏମ ମୋଦୀ କହିଛନ୍ତି, “ଯେତେବେଳ ସଚ୍ଚୋଟ ଏବଂ ଭଲ ଉଦ୍ଦେଶ୍ୟ ରଖି କାମ କରାଯାଇଥାଏ, ତେବେ ଚେଷ୍ଟାରେ ମଧ୍ୟ କୌଣସି ପ୍ରକାର କମ ରହି ନଥାଏ । ଆପଣମାନେ ଚନ୍ଦ୍ରଯାନକୁ ନେଇ ଯାହା ହେଲା ତାହା ସହ ପରିଚିତ ଥିବେ । ଆମର ବୈଜ୍ଞାନିକମାନେ ଏକ ବଡ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଠା କରିଥିଲେ କିନ୍ତୁ ସେଥିରେ କିଛି ବାଧା ସୃଷ୍ଟି ହୋଇଥିଲା । ଏହି ମିଶନକୁ ନେଇ ବୈଜ୍ଞାନିକମାନେ ଅନେକ ଦିନ ଧରି ପରିଶ୍ରମ କରିଥିଲେ । ଗତକାଲି ରାତିଠାରୁ ଆଜି ସକାଳ ପର‌୍ୟ୍ୟନ୍ତ ମୁଁ ତାଙ୍କ ସହ ଥିଲି । ସେମାନେ ଭାବୁକ ଥିଲେ, କିନ୍ତୁ ଏହାସହ ସେମାନେ ଦୃଢ ଆତ୍ମବିଶ୍ୱାସରେ ଭରପୁର ଥିଲେ ଯେ ଏବେ ଆହୁରୀ କାମ କରିବାର ଅଛି, ଯାହା ହେଲା ସେଥିରୁ ଶିକ୍ଷା ଲାଭ କରି ଆଗକୁ ବଢିବାର ଅଛି । ଇସ୍ରୋ ପରି ପତିବଦ୍ଧତାର ସହ ଦେଶକୁ ଆଗକୁ ବଢାଯାଇ ପାରିବ, ଲୋକଙ୍କ ଜୀବନକୁ ସରଳ କରାଯାଇ ପାରିବ” ।

ଏହି ଅବସରରେ ମୋଦୀ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ପରିବାରକୁ ପକ୍କା ଘର ଦେବାର ଲକ୍ଷ୍ୟ ଅଭିମୁଖେ ତାଙ୍କ ସରକରା ବଢୁଥିବା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଗାଁ ଏବଂ ସହରରେ ୧ କୋଟି ୮୦ କୋଟି ଘର ନିର୍ମାଣ କରାଯାଇଥିବା ପିଏମ ନିଜ ଅଭିଭାଷଣରେ କହିଛନ୍ତି । ଔରଙ୍ଗାବାଦର ଆୟାଶା ଶେଖଙ୍କୁ ୮ କୋଟି ନମ୍ୱର ଉଜ୍ଜଳା କନେକ୍ସନ ଦେଇ ପିଏମ କହିଛନ୍ତି, “ଉଜ୍ଜଳା ଯୋଜନା ମାଧ୍ୟମରେ ୮ କୋଟି ମାଗଣା ଗ୍ୟାସ କନେକ୍ସନ ଦେବାର ଯେଉଁ ସଂକଳ୍ପ ଆମେ ନେଇଥିଲୁ, ତାହା ସିଦ୍ଧ ହୋଇଛି । କେବେଳ ସିଦ୍ଧ ହୋଇନି ବରଂ ଏହା ନିର୍ଦ୍ଧାରିତ ସମୟର ୭ ମାସ ପୂର୍ବରୁ ଏହି ଲକ୍ଷ୍ୟକୁ ଆମେ ହାସଲ କରିଛୁ” ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ୨୦୧୬ ମସିହା ମଇ ୧ ତାରିଖରେ ଲଞ୍ଚ କରାଯାଇଥିଲା । ସେହି ସମୟରେ ୫ କୋଟି ପରିବାରର ମହିଳା ସଦସ୍ୟଙ୍କ ନାଁରେ ୨୦୧୯ ମାର୍ଚ୍ଚ ସୁଦ୍ଧା କନେକ୍ସନ ଦେବାର ଲକ୍ଷ୍ୟ ରଖାଯାଇଥିଲା । ପରେ ଏହି ଟାର୍ଗେଟକୁ ବଢାଇ ୨୦୨୦ ମାର୍ଚ୍ଚ ସୁଦ୍ଧା ୮ କୋଟି କନେକ୍ସନ ଯୋଗାଇବାକୁ ଦାବି କରାଯାଇଥିଲା । ଉଜ୍ଜଳା ଯୋଜନା ମାଧ୍ୟମରେ ୮ କୋଟି ମାଗଣା ଏଲପିଜି କନେକ୍ସନ ଯୋଗାଇବା ଟାର୍ଗେଟକୁ ସରକାର ନିଦ୍ଧାରିତ ସମୟର ୭ ମାସ ପୂର୍ବରୁ ହାସଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ମାଧ୍ୟମରେ ସରକାର ଗୋଟିଏ ଗରିବ ପରିବାକୁ ମାଗାଣା ଗ୍ୟାସ କନେକ୍ସନ ଦେବା ପାଇଁ ସରକାରୀ ଇନ୍ଧନ କମ୍ପାନୀ ଗୁଡିକୁ ୧୬୦୦ ଟଙ୍କାର ସବସିଡି ପ୍ରଦାନ କରିଥାନ୍ତି । ଏହା ସିଲିଣ୍ଡର ପାଇଁ ସିକ୍ୟୁରିଟି ମନି ଫିଟିଂ ଚାର୍ଜ ଭାବେ ଦିଆଯାଇଥାଏ ।