ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ଆକାଉଂଟର ପ୍ରୋଫାଇଲ୍ ଫଟୋ ବଦଳାଇଛନ୍ତି । ସେ ତାଙ୍କ ପ୍ରୋଫାଇଲ୍ ଫଟୋରେ ମାସ୍କ ବଦଳରେ ନିଜ ପିନ୍ଧା ଉତରୀୟକୁ ତିନି ପରସ୍ତରେ ଭାଙ୍ଗି ନିଜ ମୁହଁରେ ଗୁଡ଼ାଇ ଏକ ଫଟୋ ଅପ୍ଲୋଡ୍ କରିଛନ୍ତି। ପୂର୍ବରୁ ମାର୍ଚ ୨୫ ତାରିଖରୁ ୨୧ ଦିନିଆ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ଏବେ ତାହାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ୍ର ସମୟ କାଳ ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ପରେ ତାଙ୍କ ଟ୍ୱିଟର ଆକାଉଂଟରେ ପ୍ରୋଫାଇଲ୍ ଫଟୋ ବଦଳାଇଥିବା ଦେଖିବାକୁ ମିଳିଛି।
ମୋଦୀ ଲକ୍ଡାଉନ୍ ଘୋଷଣା କରିବା ସହ ଦେଶବାସୀଙ୍କୁ ସଚେତନତା ଅବଲମ୍ବନ କରିବାକୁ କହିଛନ୍ତି। ସମେସ୍ତ ଘର ତିଆରି ଫେସ୍ମାସ୍କ ପିନ୍ଧନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।