ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ

ଗୌହାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତ ବାତିଲ ହୋଇଛି । ଏହା ହେଉଛି ୨ୟ ଥର ଯେ କି ମୋଦିଙ୍କ ଆସାମ ଗସ୍ତ ବାତିଲ ହୋଇଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତା ଜାନୁଆରି ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍‌ ୨୦୨୦’କୁ ଉଦ୍‌ଘାଟନ କରିବା ପାଇଁ ଆସାମ ଗସ୍ତରେ ଆସିିବାର କାର୍ଯ୍ୟକ୍ରମ ରହିଥିଲା।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଖେଲୋ ଇଣ୍ଡିଆର ସିଇଓ ଅବିନାଶ ଯୋଶୀ କହିଛନ୍ତି, ‘ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲୁ। କିନ୍ତୁ, ବର୍ତମାନ ସୁଦ୍ଧା ତାଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରକାରର ପ୍ର୍ତ୍ୟୁତର ମିଳିନାହିଁ। ତେବେ, ଅଣଆନୁଷ୍ଠାନିକ ଭାବେ ଆମକୁ ଜଣାଇ ଦିଆଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ପାଇଁ ଆସାମ ଆସୁ ନାହାନ୍ତି’।

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଅଲ୍‌ ଆସାମ ଷ୍ଟୁଡେଂଟ ୟୁନିୟନ ପକ୍ଷରୁ ଆସାମର ବ୍ୟାପକ ଅଂଚଳରେ ଏବେବି ଜୋରଦାର ଆନ୍ଦୋଳନ ଅବ୍ୟାହତ ରହିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମକୁ ସୁରକ୍ଷା ଦୃଷ୍ଟିକୋଣରୁ ବାତିଲ କରା ଯାଇଥିବା କୁହାଯାଉଛି। ଏହା ପୂର୍ବରୁ ଗତ ଡିସେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟୀରେ ଆୟୋଜିତ ହେବାକୁ ଥିବା ଭାରତ- ଜାପାନ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ମଧ୍ୟ ସୁରକ୍ଷା କାରଣରୁ ବାତିଲ କରା ଯାଇଥିଲା।