ଇସ୍ରୋକୁ ଚ୍ୟାମ୍ବରରେ ତାଳିମାରି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ଅପରାହ୍ଣ ଠିକ୍‌ ୨.୪୩ରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣ ହୋଇଛି। ଏହି ଉତ୍‌କ୍ଷେପଣ ଦୃଶ୍ୟକୁ ଦେଶବାସୀଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିଭିରେ ଦେଖିଥିଲେ।

ସେ ସାଉଥ ବ୍ଲକରେ ଥିବା ନିଜ ଚ୍ୟାମ୍ବରରେ ଲାଗିଥିବା ଟିଭିରେ ଏହାକୁ ଦେଖି ବେଶ ଉତ୍ସାହିତ ଥିଲେ। ଏଥିପାଇଁ ସେ ଚ୍ୟାମ୍ବର ମଧ୍ୟରେ ତାଳିମାରି ଏହି ଐତିହାସିକ ମୁହୂର୍ତ୍ତକୁ ସେଲେବ୍ରେଟ କରିଥିଲେ। ଏହି ଅବସରରେ ସେ ଇସ୍ରୋକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, “ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହିଁ ଆମ ଦେଶର ବୈଜ୍ଞାନିକଙ୍କ ଶକ୍ତି ଓ ୧୩୦ କୋଟି ଲୋକଙ୍କ ଭାବନାକୁ ଦର୍ଶାଉଛି। ଆଜି ଏମିତି ଏକ ଦିନ, ଯାହାକୁ ନେଇ ସମସ୍ତ ଦେଶବାସୀ ଗର୍ବ କରିବା କଥା।” ମୋଦିଙ୍କ ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।