ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଗଠନ ହୋଇଛି “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର” ଟ୍ରଷ୍ଟ

ନୂଆଦିଲ୍ଲୀ: ଉତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ମାଣ ହୋଇଥିବା ଟ୍ରଷ୍ଟ କଥା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଲୋକସଭାରେ ମୋଦି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର” ଟ୍ରଷ୍ଟ ଗଠନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆହୁରି  କହିଛନ୍ତି; ଅଯୋଧ୍ୟାରେ ରାମ ମନ୍ଦିରର ଉନ୍ନତିକଳ୍ପେ ଆମେ ଯୋଜନାଟିଏ ପ୍ରସ୍ତୁତ କରିଛୁ। ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶମତେ ସୁନ୍ନି ୱାକଫ୍ ବୋର୍ଡକୁ ୫ ଏକର ଜମି ଦେବା ନିମନ୍ତେ ଉତ୍ତର ପ୍ରଦେଶ ସରକାର ରାଜି ହୋଇଛନ୍ତି।