ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ  ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ଘୋଷଣା କରିଛନ୍ତି। ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ଷୟକ୍ଷତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ସହାୟତା ରାଶି ଘୋଷଣା କରିଛନ୍ତି ।

pm-modi-announces-rs-500-crore-help-for-odisha-affected-by-cyclone-amfan

ତେବେ ବିଶ୍ୱ ମହାମାରୀ ବେଳେ ଓଡିଶା ମହାବାତ୍ୟାର ଭଲ ମୁକାବିଲା କରିଛି । ଅମ୍ଫାନ ପଶ୍ଚିମବଙ୍ଗ ଯିବା ବେଳେ ଓଡିଶାରେ କିଛି ମାତ୍ରରେ କ୍ଷୟକ୍ଷତି କରିଛି । ପଶ୍ଚିମବଙ୍ଗ ଭଳି ଓଡିଶାରେ ଏତେ ନଷ୍ଟ ହୋଇ ନଥିଲେ ବି କୃଷି, ବିଦ୍ୟୁତ୍, ଯୋଗାଯୋଗ, ନିର୍ମାଣ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଏସବୁର ତୁରନ୍ତ ମରାମତି ପାଇଁ ଓଡିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ସହାୟତା ଦିଆଗଲା ବୋଲି ମୋଦି ଘୋଷଣା କରିଛନ୍ତି ।

pm-modi-announces-rs-500-crore-help-for-odisha-affected-by-cyclone-amfan

ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଶୀଘ୍ର ରିପୋର୍ଟ ଦେଇଛନ୍ତି । କେନ୍ଦ୍ରୀୟ ଟିମ୍ ମଧ୍ୟ ଆଉ ଥରେ ଆସି ସ୍ଥିତିର ଅନୁଧ୍ୟାନ କରିବ । ତେବେ ମହାମାରୀ ବେଳେ ମହାବାତ୍ୟାର ମୁକାବିଲ କରିଥିବାରୁ ନବୀନଙ୍କୁ ପ୍ରଶଂସା କଲେ ମୋଦି ।