ଆଜି ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ; ଶ୍ରଦ୍ଧାଜ୍ଞଳି ଦେଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ:  ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଜ୍ଞଳି ଦେଇଛନ୍ତି ।

ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ସଦୈବ ଅଟଳ ସ୍ମାରକ’ ସ୍ଥଳରେ ଆୟୋଜିତ ହୋଇଥିବା ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶ୍ରଦ୍ଧାଜ୍ଞଳି ଅର୍ପଣ କରିଥିଲେ । ତେବେ ଏହି ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ବାଜପେୟୀଙ୍କ ସମାଧୀରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏହି ଅବସରରେ ବିଜେପିର କିଛି ବରିଷ୍ଠ ନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ବାଜପେୟୀଙ୍କ ଜୟନ୍ତୀ ଅବରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକ୍ଷେ୍ନøରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଲୋକାର୍ପଣ କରିବେ। ଲକ୍ଷେ୍ନøରେ ନାଗରିକତା ଆଇନ ବିରୋଧରେ ପ୍ରଦର୍ଶନକାରୀଙ୍କ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଉଚ୍ଚସୁରକ୍ଷା କ୍ଷେତ୍ର ପରିଧିରେ ଥିବା ଲୋକଭବନରେ ଅତ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ ସେ ଆଜି ଅଟଳ ବିହାରୀ ବାଜପେୟୀ ଚିକିତ୍ସା ବିଶ୍ଵବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ କରିବେ। ଉତର ପ୍ରଦେଶ ସରକାର ଏହି ବିଶ୍ଵବିଦ୍ୟାଳୟ ନିମନ୍ତେ ୫୦ ଏକର ଜମି ଯୋଗାଇ ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଡିସେମ୍ବର ୨୫ ଅପରାହ୍ନ ପ୍ରାୟ ୩ଟାରେ ସ୍ଵତନ୍ତ୍ର  ବିମାନରେ ଲକ୍ଷେ୍ନøରେ ପହଂଚିବେ ଏବଂ ସେଠାରୁ ସିଧାସଳଖ ଲୋକଭବନ ଯିବେ। ସେଠାରେ ସେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମାର ଉନ୍ମୋଚନ କରିବେ।