ଗୁରୁ ଦିବସ: ଶୁଭେଚ୍ଛା ଜଣାଇଲେ ପିଏମ ମୋଦି ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶର ସମସ୍ତ ଗୁରୁମାନଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରିଛନ୍ତି ।

ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୧ତମ ଜନ୍ମ ଦିବସରେ ତାଙ୍କୁ ମଧ୍ୟ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ପିଲାଙ୍କୁ ଅନ୍ଧାରରୁ ଆଲୋକ ଆଣିବା ସହ ସେମାନଙ୍କୁ ସ୍ବପ୍ନ ଦେଖିବାକୁ ତିଆରି କରୁଛନ୍ତି ଗୁରୁ । ଆଉ ଦେଶକୁ ସୁନ୍ଦର ଭାବେ ଗଢି ତୋଳିବାରେ ଗୁରୁଙ୍କର ତ୍ୟାଗ ଓ ଅକ୍ଲାନ୍ତ ପରିଶ୍ରମ ରହିଥିବା କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ। ଭିଡିଓ ସେୟାର କରି ଗୁରୁ-ଶିଷ୍ୟ ଭିତରେ ଥିବା ପବିତ୍ର ସଂପର୍କର ମହତ୍ତ୍ବକୁ ବୁଝାଇ ଶୁଭେଚ୍ଛା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।