କୁମ୍ଭମେଳାରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷେ୍ନø: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭମେଳାରେ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇବା ପରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ମୋଦି ତ୍ରିବେଣୀ ସଙ୍ଗମରେ କ୍ଷୀରାଭିଷେକ କରିଛନ୍ତି । ପୂଜାର୍ଚ୍ଚନା କରିବା ପରେ କୁମ୍ଭମେଳାରେ କାମ କରୁଥିବା ସଫେଇ କର୍ମଚାରୀଙ୍କ ଗୋଡ ଧୋଇଛନ୍ତି ମୋଦି । ଏଠାରେ କାମ କରୁଥିବା କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବା ନେଇ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହା ଛଡା ସେଠାରେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାଗରାଜ ଗସ୍ତ ଅନେକ ଗୁରୁତ୍ୱ ରଖୁଛି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ଅନେକ ତୁଙ୍ଗ ନେତା କୁମ୍ଭମେଳାରେ ବୁଡ ପକାଇ ସାରିଛନ୍ତି । ଏପରିକି ଯୋଗୀ ଆଦିତ୍ୟନାଥ କ୍ୟାବିନେଟର ମିଟିଂ ପ୍ରୟାଗରାଜରେ ହିଁ କରିଥିଲେ । ଏବଂ ତାଙ୍କର ଅନେକ ମନ୍ତ୍ରୀ ଏକା ସହ ଏଠାରେ ସ୍ନାନ ମଧ୍ୟ କରିଥିଲେ ।