ବିଶ୍ୱ ପରିବେଶ ଦିବସରେ ପୁଣେରେ ଇ-୧୦୦ ବିତରଣ ଷ୍ଟେସନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ବୈଶ୍ୱିକ ନେତୃତ୍ୱ ପରିବେଶର ସୁରକ୍ଷା ପାଇଁ ବିଶ୍ୱ ନେତାଙ୍କ ମଧ୍ୟରେ ଅଧିକ ସହମତି ସୃଷ୍ଟି କରୁଛି - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଇଥାନଲ ପରିବେଶ ଏବଂ ଚାଷୀଙ୍କ ଜୀବନ ଉପରେ ଉତମ ପ୍ରଭାବ ପକାଉଛି । ଏକବିଂଶ ଶତାବ୍ଦୀର ଭାରତରେ ପ୍ରମୁଖ ପ୍ରାଥମିକତା ଇଥାନଲ୍ ହୋଇଛି ଏବଂ ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ପାଇଲଟ ପ୍ରକଳ୍ପ ଭାବରେ ପୁଣେର ତିନୋଟି ସ୍ଥାନରେ ଇ-୧୦୦ ବିତରଣ ଷ୍ଟେସନର ଶୁଭାରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

 ୨୦୨୦-୨୦୨୫ ପାଇଁ ଇଥାନଲ ମିଶ୍ରଣ ଉପରେ ବିସ୍ତୁତ ରୋଡ଼ମ୍ୟାପ୍ ନେଇ ପ୍ରସ୍ତୁତ ରିପୋର୍ଟର ଉନ୍ମୋଚନ
 ବିଆଇଏସ ନିର୍ଦ୍ଧାରିତ ଇଥାନଲ ମିଶ୍ରିତ ଇ-୧୨, ଇ-୧୫ଏବଂ ଇ-୨୦ ବିଜ୍ଞପ୍ତିର ଉନ୍ମୋଚନ
 ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବା ଲକ୍ଷ୍ୟ
 ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟି ଏବଂ ନୀତିଗତ ନିଷ୍ପତି ଉଭୟ ଅଭିବୃଦ୍ଧି କେନ୍ଦ୍ରୀକ ଏବଂ ଜଳବାୟୁ
ସମ୍ବେଦନଶୀଳ ତଥା ‘ରିଇମାଜିନ, ରିକ୍ରିଏଟ୍ ଏବଂ ରିଷ୍ଟୋର’ ଥିମର ପ୍ରତିଫଳନ
 ଦେଶରେ ଇଥାନଲର ଉତ୍ପାଦନ ଏବଂ ବ୍ୟବହାର ବଢ଼ାଇବା ପାଇଁ ଉଦ୍ୟମ
 ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉର୍ଜା ଆବଶ୍ୟକତାକୁ ପୂରଣ କରୁଛି ଭାରତ
 ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମାଜକୁ ବାର୍ତା ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରେରଣା ଦେବ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଶନିବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ପରିବେଶ ଦିବସ ଅବସରରେ ଇଥାନଲ କ୍ଷେତ୍ରର ବିକାଶ ପାଇଁ ବିସ୍ତୃତ
ରୋଡମ୍ୟାପ୍ ପ୍ରକାଶ କରି ଭାରତ ଆଉ ଏକ ଲମ୍ପ ପ୍ରଦାନ କରିଛି । ଇଥାନଲର ଉତ୍ପାଦନ ପାଇଁ ଯୋର ଦିଆଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁଣେର ଚାଷୀ ମାନଙ୍କ ସହ ଜୈବିକ ଚାଷ ଏବଂ କୃଷି କ୍ଷେତ୍ରରେ ଜୈବଇନ୍ଧନର ବ୍ୟବହାର ଉପରେ ଆଲୋଚନା କରିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଜଳବାୟୁ ପରିବର୍ତନକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ବୈଶ୍ୱିକ ଦୂରଦୃଷ୍ଟି କେବଳ ଭାରତର ସବୁଜ
ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରୁନାହିଁ ବରଂ ଜଳବାୟୁ ପରିବର୍ତନର ମୁକାବିଲା ତଥା ପରିବେଶର ସୁରକ୍ଷା ପାଇଁ ଅଧିକ ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହା ବିଶ୍ୱସ୍ତରୀୟ ନେତୃତ୍ୱଙ୍କ ମଧ୍ୟରେ ଅଧିକ ସହମତି ସୃଷ୍ଟି କରୁଛି । ବିଗତ ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ବିଶ୍ୱସ୍ତରରେ ସାମୂହିକ ଉଦ୍ୟମରେ ପରିବେଶର ସୁରକ୍ଷା ପାଇଁ କାମ କରୁଛନ୍ତି । ତାଙ୍କ ମାଗଦର୍ଶନରେ ଭାରତ ଜଳବାୟୁ ପରିବର୍ତନର ଆହ୍ୱାନକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟି ଏବଂ ନୀତିଗତ ନିଷ୍ପତି ଉଭୟ ଅଭିବୃଦ୍ଧି କେନ୍ଦ୍ରୀକ ଏବଂ ଜଳବାୟୁ ସମ୍ବେଦନଶୀଳ ତଥା ‘ରିଇମାଜିନ, ରିକ୍ରିଏଟ୍‌ ଏବଂ ରିଷ୍ଟୋର’ ଥିମର ପ୍ରତିଫଳନ ।

ଇଥାନଲ ପରିବେଶ ଏବଂ ଚାଷୀଙ୍କ ଜୀବନ ଉପରେ ଉତମ ପ୍ରଭାବ ପକାଉଛି – ପ୍ରଧାନମନ୍ତ୍ରୀ

୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବା ଏବଂ ଇଥାନଲର ଉତ୍ପାଦନ ଏବଂ ବ୍ୟବହାର ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପାଇଲଟ ପ୍ରକଳ୍ପ ଭାବରେ ପୁଣେ ଠାରେ ବିଭିନ୍ନ ଇ୧୦୦ ବିତରଣ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏହାସହ ଦେଶରେ ୨୦୨୦-୨୦୨୫ ପାଇଁ ଇଥାନଲ ମିଶ୍ରଣ ଉପରେ ବିସ୍ତୁତ ରୋଡ଼ମ୍ୟାପ୍ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟର ମଧ୍ୟ ଉନ୍ମୋଚନ କରିଛନ୍ତି । ଏହାସହ ଭାରତ ସରକାର ବିଆଇଏସ ନିର୍ଦ୍ଧାରିତ ଅଧିକ ଇଥାନଲ ମିଶ୍ରିତ ଇ-୧୨, ଇ-୧୫ ଏବଂ ଇ-୨୦ର ବିଜ୍ଞପ୍ତି ଉନ୍ମୋଚନ କରିଛନ୍ତି । ଏଥିରେ ତୈଳ କମ୍ପାନୀ ମାନଙ୍କୁ ବର୍ଷ ୨୦୨୩ ଏପ୍ରିଲ ପହିଲା ସୁଦ୍ଧା ପେଟ୍ରୋଲରେ ଇଥାନଲର ଭାଗ ୨୦ ପ୍ରତିଶତ ପର୍ଯ୍ୟନ୍ତ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତର ଇଥାନଲ କ୍ଷେତ୍ରର ବିକାଶକୁ ଅଧିକ ପ୍ରାଥମିକତା ଦେବା ଦିଗରେ ଏହି ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉର୍ଜା ଆବଶ୍ୟକତାକୁ ପୂରଣ କରାଯାଉଥିବା ବେଳେ ଏହି ପଦକ୍ଷେପ ଗୁଡ଼ିକ ଦ୍ୱାରା ଅତିରିକ୍ତ ଇିଥାନଲ ଡ଼ିଷ୍ଟିଲେସନ ପ୍ଲାଂଟ୍ ପ୍ରସ୍ତୁତ କରାଯିବାରେ ସହାୟକ ହେବ । ଏହା ଦ୍ୱାରା ସବୁ ଷ୍ଟେକ ହୋଲ୍ଡରଙ୍କ ମିଳିତ ଉଦ୍ୟମ ଦ୍ୱାରା ଇଥାନଲ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଏକ ନିର୍ଦ୍ଦିଷ୍ଟ ସମୟନୁସାରେ ଦେଶବ୍ୟାପୀ ଇଥାନଲ ମିଶ୍ରିତ ଇନ୍ଧନକୁ ମହଜୁଦ୍ କରାଇବ । ଚଳିତବର୍ଷର ବାର୍ତା ‘ଉତମ ପରିବେଶ ନିମନ୍ତେ ଜୈବ ଇନ୍ଧନକୁ ପ୍ରାଥମିକତା’ ନେଇ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱ ପରିବେଶ ଦିବସରେ ଅଭିଭାଷଣ ତଥା ତାଙ୍କର ମାର୍ଗଦର୍ଶନ ଭାରତରେ ଏକବିଂଶ ଶତାବ୍ଦୀର ଇଥାନଲ କ୍ଷେତ୍ରକୁ ବିକାଶରେ ଆମର ପ୍ରୟାସକୁ ଆହୁରି ଆଗକୁ ନେବ ଏବଂ ସମସ୍ତଙ୍କୁ ପରିବେଶର ସୁରକ୍ଷା ଏବଂ ଭାରତର ଉର୍ଜା ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ । ଆଜିର କାର୍ଯ୍ୟକ୍ରମରେ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ ଯୁକ୍ତ ମାର୍ଗ ଆପଣାଇବା, ଉର୍ଜା ରୂପାନ୍ତରଣ ରୋଡ଼ମ୍ୟାପ୍‌, ଜଳବାୟୁ ଏବଂ ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବାରେ ଭାରତର ସଫଳତା ନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଚର୍ଚ୍ଚା କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

pm launches biofuel-based initiatives on World Environment Day