ବିଜେପିର ଅଭିଯୋଗ, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଅର୍ଥ ଦେବାକୁ ସହଯୋଗ କରୁନି ରାଜ୍ୟ

ରାଜ୍ୟର କାଳଇଆ ବନାମ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି

ଭୁବନେଶ୍ବର :  ଚାଷୀଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କା ଦେବା ଲାଗି କେନ୍ଦ୍ର ସରକାର ବଜେଟରେ ଘୋଷଣା କରିବା ପରେ ଏବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଟଙ୍କା ଦେବାକୁ ଅଣ୍ଟା ଭିଡ଼ିଛନ୍ତି।   ଏହି ଟଙ୍କା  କେମିତି ଦିଆଯିବ ସେନେଇ ରାଜ୍ୟ ସରକାରଙ୍କୁ ଏକ ଗାଇଡଲାଇନ ଜାରି କରିଛି କେନ୍ଦ୍ର।  ଗତ ୨ ତାରିଖରେ  କେନ୍ଦ୍ର ଏହି ଗାଇଡଲାଇନ ଜାରି କରିଛି।  କେଉଁମାନେ କିଷାନ  ଟଙ୍କା ପାଇବେ ତାର ତାଲିକା  ଦେବେ ରାଜ୍ୟ ସରକାର।   ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ମାଧ୍ଯମରେ ବିଜେପି ତାର ସ୍ଥିତି ମଜଭୁତ କରିବାକୁ ଚେଷ୍ଟା କରୁଛି।  ଏଣେ ଓଡ଼ିଶାରେ ରାଜ୍ୟ ସରକାର କାଳିଆ ଯୋଜନା କରି କୃଷକଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରିଛନ୍ତି।  ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠା ସରିଛି।  ଏହା ପରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦେବା ଲାଗି  ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେଣି।  ଦ୍ବିତୀୟ ପର୍ଯ୍ୟାୟରେ ୧୮ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଯଉଛନ୍ତି।   ତେବେ କାଳିଆ ବନାମ କିଷାନ ଏବେ ରାଜନୀତିର ମୁଖ୍ୟ ପ୍ରସଙ୍ଗ ହେଲାଣି।   ମୁହାଁମୁହିଁ ହେଲେଣି  କେନ୍ଦ୍ର ଓ ରାଜ୍ୟ ସରକାର ।   କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।  ରାଜ୍ୟର କୃଷକ – କିଷାନ ସମ୍ମାନ ନିଧି ଯୋଜନାରେ ଟଙ୍କା କେମିତି ପାଇବେ ସେନେଇ ରାଜ୍ୟ ସରକାର କାହିଁକି  ସହଯୋଗ କରିବେନି ବୋଲି ସେ ପ୍ରଶ୍ନ କରିଛନ୍ତି।