ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀରେ ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀର ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀ ସୁପ୍ରିମକୋର୍ଟର ଅତିରିକ୍ତ କୋଠାରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ଦିନ ୧୦ଟାରୁ ଆରମ୍ଭ ହୋଇଥିବାବେଳେ ୨ ଦିନ ଧରି ଚାଲିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମହାତ୍ମା ଗାନ୍ଧୀଙ୍କ ଜୀବନ ସଂପୂର୍ଣ୍ଣ ଭାବରେ ସତ୍ୟ ଓ ସେବା ପାଇଁ ଉତ୍ସର୍ଗୀକୃତ । ଯାହା କୌଣସି ନ୍ୟାୟିକ ବ୍ୟବସ୍ଥା ପାଇଁ ଭିତିଭୂମି ସଦୃଶ ।’
ନିକଟ ଅତୀତରେ ଭାରତର ଅନେକ ନ୍ୟାୟିକ ନିଷ୍ପତି ବିଶ୍ବସ୍ତରରେ ଆଲୋଚନାର ବିଷୟ ହୋଇଛି । ଏହି ନିଷ୍ପତି ପୂର୍ବରୁ ଏହାର ଗ୍ରହଣୀୟତା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ୧.୩ ବିଲିୟନ ଭାରତୀୟ ତାହାକୁ ଗ୍ରହଣ କରିଛନ୍ତି ବୋଲି ମୋଦି ଉଲ୍ଲେଖ କରିଛନ୍ତି ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି, ‘ଭାରତ ହେଉଛି ଅନେକ ସଂସ୍କୃତି ଓ ପରମ୍ପରାର ସମନ୍ବୟ ସ୍ଥଳୀ । ସମାନ ଭାବରେ ଏହାର ନ୍ୟାୟିକ ବ୍ୟବସ୍ଥା ଓ ଅନୁଷ୍ଠାନ ଗୁଡିକ ମଧ୍ୟ ପ୍ରତିଫଳିତ । ଆମେ ସେହି ସଭ୍ୟତା ଓ ସଂସ୍କୃତିକୁ ହରାଇବାରେ ସକ୍ଷମ ହୋଇଛୁ ଯାହା ଆମ ପାଖକୁ ଆସିଛି ।’
ସେହିପରି ଆତଙ୍କବାଦୀ ଓ ଦୁର୍ନୀତିଗ୍ରସ୍ତଙ୍କ ଗୋପନୀୟତା ଅଧିକାର ନାହିଁ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି ।