ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପିଏମ୍ କେଆର୍ସ ଫଣ୍ଡ” ନାମକ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ଗଠନ କରିଛନ୍ତି । ଏହାସହ ଦେଶବାସୀଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରଷ୍ଟର ଅଧ୍ୟକ୍ଷ ହେବା ସହ ଏହାର ସଦସ୍ୟମାନଙ୍କ ମଧ୍ୟରେ ରହିବେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ।
People from all walks of life expressed their desire to donate to India’s war against COVID-19.
Respecting that spirit, the Prime Minister’s Citizen Assistance and Relief in Emergency Situations Fund has been constituted. This will go a long way in creating a healthier India.
— Narendra Modi (@narendramodi) March 28, 2020
“ବିଭିନ୍ନ ବର୍ଗର ଲୋକ କୋଭିଡ -୧୯ ବିରୋଧରେ ଭାରତ ଲଢ଼ୁଥିବା ଯୁଦ୍ଧ ଲାଗି ଆର୍ଥକ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଲୋକମାନଙ୍କ ସେହି ଇଚ୍ଛାକୁ ସମ୍ମାନ ଜଣାଇ ‘ପିଏମ୍ କେଆର୍ସ ଫଣ୍ଡ’ ଗଠନ କରାଯାଇଛି। ଏକ ସୁସ୍ଥ ଭାରତ ଗଠନ କରିବା ଦିଗରେ ଏହା ଏକ ଦୀର୍ଘମିଆଦୀ ପଦକ୍ଷେପ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରିଛନ୍ତି। ଏହି ପାଣ୍ଠିକୁ ଦିଆଯାଇଥିବା ଦାନ ମଧ୍ୟ ଟିକସ ମୁକ୍ତ ହେବ । ଦାନ ଦେବା ପାଇଁ ଆଗ୍ରହୀ ସାଧାରଣ ଲୋକ ଏବଂ ବିଭିନ୍ନ ସଂସ୍ଥା pmindia.gov.in ୱେବସାଇଟକୁ ଯାଇ ଦିଆଯାଇଥିବା ବିବରଣୀ ବ୍ୟବହାର କରି ‘ପିଏମ୍ କେଆର୍ସ ଫଣ୍ଡ’ କୁ ଦାନ କରିପାରିବେ । ଏହି ଦାନ ରାଶିକୁ ଆୟକର ଆଇନ ଧାରା ୮୦(ଜି) ଅନୁଯାୟୀ ଆୟକରରୁ ମୁକ୍ତ କରାଯିବ ।