ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।
Happy #OdiaNewYear and Maha Bishuba Pana Sankranti. May the coming year bring happiness and good health in everyone’s lives.
— Narendra Modi (@narendramodi) April 13, 2020
ମୋଦି ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି,‘ ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ। ବର୍ଷ ସାରା ଖୁସି ଓ ଉତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା।’
ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ହାର୍ଦ୍ଦିକ ଅଭିନନ୍ଦନ । pic.twitter.com/ZTjOJD2bAX
— Dharmendra Pradhan (@dpradhanbjp) April 13, 2020
ସେହିପରି କେନ୍ଦ୍ର ପେଟ୍ରାଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଏବଂ କୋଇଲା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ ଜଣାଇଛନ୍ତି। ସେ ନିଜର ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି,‘ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।’