ନବୀନଙ୍କ ପ୍ରସ୍ତାବକୁ ମୋଦିଙ୍କ ମୋହର : ଟିକାକରଣ ଦାୟୀତ୍ୱ ନେବ କେନ୍ଦ୍ର

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦେବେ କେନ୍ଦ୍ର, ରାଜ୍ୟ କରିବ ଟିକା କରଣ

ଭୁବନେଶ୍ୱର : କୋଭିଡ ଟିକା କରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସବୁଠୁ ବଡ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହର ମାରିଛନ୍ତି । ଏଣିକି ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କେନ୍ଦ୍ର ସରକାର ମାଗଣା କୋଭିଡ ଟିକା କରଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ବଡ ଘୋଷଣା କରିଛନ୍ତି ।
କୋଭିଡ ଟିକା କରଣରେ ୧୮ରୁ ୪୪ ବର୍ଷ ବୟସ୍କ ମାନଙ୍କୁ ରାଜ୍ୟ ସରକାର ମାନେ ନିଜସ୍ୱ ଖର୍ଚ୍ଚରେ ଟିକା କରଣ କରିବେ ବୋଲି ଘୋଷଣା ରରି ଟିକା କରଣ ଆରମ୍ଭ କରିଥିଲେ । ହେଲେ ଟିକା ମିଳିବା ନେଇ ସମସ୍‌ୟା ସୃଷ୍ଟି ହୋଇଥିଲା । କେବଳ ଓଡିଶା ନୁହେଁ ୍‌ଧିକାଂଶ ରାଜ୍ୟ ଏଥି ପାଇଁ ଟିକା ଯୋଗାଡ କରିବା କଷ୍ଟ କର ହୋଇ ପଡିଲା । ଏମିତିକି ଟିକା କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ମଧ୍ୟ ରାଜ୍‌ୟ ସରକାର କରିଥିଲେ । ହେଲେ ଟିକାଯୋଗାଣ ନେଇ କେନ୍ଦ୍ରର ନୀତି ଏଥିପାଇଁ ସମସ୍ୟ।। ଥିଲା । ଫଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା କରଣ କରିବାରେ ରାଜ୍ୟ ମାନଙ୍କର ସମସ୍ୟା ସୃଷ୍ଟି ହେଲା । ଏମିତିକି ଟିକା କିଣିବା ଲାଗି ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଲା । ଏପରି ଜାତୀୟ ସମସ୍ୟାକୁ ଉପଲବ୍ଧି କରି ଟିକା କରଣ ଉପରେ ପ୍ରତିଯୋଗିତା ଛାଡି ସବୁ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରସରକାର ଟିକା କରଣ ନୀତିରେ କୋହଳ କରିବା ସହ ରାଜ୍ୟମାନଙ୍କୁ ଟିକା କିଣି ଯୋଗାଇବାକୁ ଟିଠି ମଧ୍ୟ ଲେଖିଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃରଦୃଷ୍ଟି ସମ୍ପନ୍ନ ପ୍ରସ୍ତାବକୁ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫଳରେ ଟିକାକରଣ ପରି ଏକ ଜାତୀୟ ସମସ୍ୟା ନେଇ ରାଜ୍ୟ, ରାଜ୍ୟ ଓ ରାଜ୍ୟ କେନ୍ଦ୍ର ଭିତରେ ସୃଷ୍ଟି ହୋଇଥିବା ଅଦେଖା ପ୍ରତିଯୋଗିତାରେ ପୂଣ୍ଣଛେଦ ପଡିଛି ।
ସଂକ୍ରମଣକୁ ମାତ୍ ଦେବା ପାଇଁ ସଂଜୀବନୀ ଅସ୍ତ୍ର ବୋଲି ବୁଝିସାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ୧୮ ବର୍ଷରୁ ଅଧିକଙ୍କୁ ମାଗଣା ଟିକା ଦେବା ଅନେକ ଆଗରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ । ଟିକାକରଣ ପାଇଁ କେନ୍ଦ୍ର ଆବଶ୍ୟକ ମୁତାବକ ଭ୍ୟାକସିନ୍ ନଦେବା ପରେ ବିଭିନ୍ନ ଟିକାକେନ୍ଦ୍ରରେ ସମସ୍ୟା ଦେଖାଦେଇଥିଲା । ଟିକା ନପାଇ ଫେରୁଥିଲେ ଲୋକେ । ଏଭଳି ସମୟରେ ନିଜେ ଟିକା କିଣିବାକୁ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କୁ ଟିକା ଉତ୍ପାଦନକାରୀ ସଂସ୍ଥାଙ୍କଠାରୁ ସିଧାସଳଖ ଟିକା କିଣିବାକୁ ଅନୁମତି ଦେବା ପାଇଁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ସମୟରେ ଅନୁମତି ମଧ୍ୟ କେନ୍ଦ୍ର ଦେଇଥିଲା । ତଥାପି ଟିକା ଅଭାବ ଜାରି ରହିଲା । ଆବଶ୍ୟକ ମୁତାବକ ଟିକା ଯୋଗାଇ ପାରିଲେନି ଉତ୍ପାଦନକାରୀ ସଂସ୍ଥା । ଏହାପରେ ବିଦେଶରୁ ଟିକା କିଣିବାକୁ ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତ୍ତ ନେଇଥିଲା ରାଜ୍ୟ କ୍ୟାବିନେଟ୍ । ନିଷ୍ପତ୍ତି ଆଧାରରେ ମେ ୧୫ରେ ଗ୍ଲୋବାଲ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ତେବେ ବିଦେଶରୁ ଟିକା ଆମଦାନୀରେ କେନ୍ଦ୍ରୀୟ ଆଇନ୍ ବାଧକ ସାଜିବାରୁ ଜୁନ୍ ପହିଲାରେ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରୀୟସ୍ତରରେ ରାଜ୍ୟ ମାନଙ୍କ ପାଇଁ ବିଦେଶରୁ ଟିକା ଆମଦାନୀ କରିବାକୁ ଦାବି କରିଥିଲେ । ପରେ ଏନେଇ ସାରା ଦେଶରେ ସହମତି ସୃଷ୍ଟି କରିବାକୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏହି ଟିକା ପ୍ଲାନ୍‌କୁ ସାରା ଦେଶରୁ ମିଳିଥିଲା ସମର୍ଥନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଟିକା ଯୋଜନାକୁ ଆଜି ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ରାଜ୍ୟକୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ।