ବଢ଼ିଲା ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୂରଣ ସମୟ ସୀମା

ଭୁବନେଶ୍ୱର: ଆଗାମୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଚାଲିଥିବା ଫର୍ମପୂରଣ ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି । ଜରିମାନାରେ ଚାଲିଥିବା ଫର୍ମ ପୂରଣ ଅକ୍ଟୋବର ୧୮ ପରିବର୍ତ୍ତେ ୨୨ରେ ଶେଷ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି । ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ ଶେଷ ହୋଇଛି । ବର୍ତ୍ତମାନ ୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରାଯାଉଛି । ତେବେ ଏହା ଅକ୍ଟୋବର ୧୮ରୁ ଅକ୍ଟୋବର ୨୧ରେ ପର୍ଯ୍ୟନ୍ତ ଚାଲିବାର ଥିଲା । ମାତ୍ର ଏବେ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଫି’ ଦାଖଲର ସମୟ ସୀମା ୫ରୁ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ରଖାଯାଇଛି ।

ସେହିପରି ୩୫୦ ଟଙ୍କା ଜରିମାନାରେ ଅକ୍ଟୋବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯିବାର ଥିଲା । ଏବେ ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ୩୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରାଯିବ । ଏହା ସହିତ ୨୪ରୁ ୨୮ ତାରିଖ ମଧ୍ୟରେ ଫି’ ଦାଖଲ କରିହେବ ।