ସବୁ ଗରିବଙ୍କ ଘର ଉପରେ ପକ୍କା ଛାତ ରହିବ , ଏହା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ-ଧର୍ମେନ୍ଦ୍ର ପ୍ରଧାନ

ପ୍ଲମ୍ବିଂ ସ୍କିଲ୍ ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମବୀ

ନୂଆଦିଲ୍ଲୀ : ୨୦୨୨ ସୁଦ୍ଧା ଭାରତରେ ଏମିତି ଘର ରହିବନି ଯେଉଁ ଘର ପକ୍କା ହୋଇନଥିବ । ସମସ୍ତ ଗରିବଙ୍କ ଘର ଉପରେ ପକ୍କା ଛାତ ରହିବା ପ୍ରଧାମନ୍ତ୍ରୀଙ୍କ ସ୍ୱପ୍ନ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ଲମ୍ବିଂ ସ୍କିଲ୍ ମହୋତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମୟରେ ବିନା ପ୍ଲମ୍ବରଙ୍କ ସହାୟତାରେ କିଛି କଳ୍ପନା କରାଯାଇପାରିବ ନାହିଁ । କେବଳ ଦିଲ୍ଲୀ ନୁହେଁ ଭାରତବର୍ଷର ବିଭିନ୍ନ ସହର ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା, କୌଣସି ରାଜ୍ୟର ବଡ ରାଜଧାନୀରେ ଆଖି ବନ୍ଦକରି ପ୍ଲମ୍ବିଂ ଶିଳ୍ପର ଜଣଙ୍କୁ ଦେଖିଲେ ଦେଖିଲେ ତାର ପରିଚୟ ମହାପ୍ରଭୁ ଏବଂ ଓଡିଶା ସହ ଯୋଡୁଛି । ଶ୍ରୀ ପ୍ରଧାନ କହିଛନ୍ତି ମୋଦି ସରକାରଙ୍କ ପ୍ରାଥମିକତା ଏହି ବିଭାଗର ଲୋକଙ୍କ ପାଇଁ । ଭାରତର ସରକାର କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା ଆଣିଥିଲେ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ପ୍ରଶିକ୍ଷଣ ନେଇଥିବା ଲୋକଙ୍କୁ ମଧ୍ୟ ଏହି ଯୋଜନା ଅଧୀନରେ ବୀମା ଦିଆଯାଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର ଛୋଟ ଗାଁରୁ ସହର ପର୍ଯ୍ୟନ୍ତ ସବୁ ପ୍ଲମ୍ବର ମାନଙ୍କୁ ବୀମା ଦେବା ଆମର ପ୍ରାଥମିକତା । ସେହିପରି ଦେଶରେ ଜଣେ ହେଲେ ବି ପ୍ଲମ୍ବର ରହିବେନି ଯେଉଁମାନଙ୍କ ଜନଧନ ଯୋଜନାରେ ବ୍ୟାଙ୍କରେ ଖାତା ଖୋଲାଯାଇନଥିବ । ସମସ୍ତ ପ୍ଲମ୍ବରଙ୍କୁ ମାଗଣାରେ ଭାରତ ସରକାର ଓ ସେକ୍ଟର ସ୍କିଲ୍ କାଉନସିଲର ମିଳିତ ଉଦ୍ୟମରେ ପ୍ରଶିକ୍ଷଣ ଦିଆଯିବ । ପ୍ଲମ୍ବର ମାନଙ୍କୁ ବୀମା ସୁବିଧା, ବ୍ୟାଙ୍କ ଖାତା ଖୋଲାଯିବା ସହ ଦକ୍ଷ ବି କରାଯିବ । ଚିତ୍ରକାର ଯେପରି ଚିତ୍ର ଆଙ୍କିବାର ସିଦ୍ଧହସ୍ତ, ମୂର୍ତିଧାରୀ ଯେପରି ନିଖୁଣ ଭାବେ ମୂର୍ତ ି କରେ ସେଭଳି ପ୍ଲମ୍ବରମାନେ ମଧ୍ୟ କୌଣସି ଶିଳ୍ପୀ, କଳାକାର ଏବଂବିଶ୍ୱକର୍ମାଙ୍କ ଠାରୁ କମ ନୁହଁନ୍ତି ବୋଲି ଶ୍ରୀ ପ୍ରଧାନ କହିଛ ।

 ୨୦୨୨ ସୁଦ୍ଧା ଭାରତରେ ଏମିତି ଘର ରହିବନି ଯେଉଁ ଘର ପକ୍କା ହୋଇନଥିବ
 ବର୍ତମାନ ସମୟରେ ବିନା ପ୍ଲମ୍ବରଙ୍କ ସହାୟତାରେ କିଛି କଳ୍ପନା କରାଯାଇପାରିବ ନାହିଁ
 ମୋଦି ସରକାରଙ୍କ ପ୍ରାଥମିକତା ଏହି ବିଭାଗର ଲୋକଙ୍କ ପାଇଁ
 ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର ଗୋଟେ ଛୋଟ ଗାଁରୁ ସହର ପର୍ଯ୍ୟନ୍ତ ସବୁ ପ୍ଲମ୍ବର ମାନଙ୍କୁ ବୀମା
ଦେବା ଆମର ପ୍ରାଥମିକତା
 ଦେଶରେ ଜଣେ ହେଲେ ବି ପ୍ଲମ୍ବର ରହିବେନି ଯେଉଁମାନଙ୍କ ଜନଧନ ଯୋଜନାରେ ବ୍ୟାଙ୍କରେ ଖାତା
ଖୋଲାଯାଇନଥିବ
 ସମସ୍ତ ପ୍ଲମ୍ବରଙ୍କୁ ମାଗଣାରେ ଭାରତ ସରକାର ଓ ସେକ୍ଟର ସ୍କିଲ୍ କାଉନସିଲର ମିଳିତ ଉଦ୍ୟମରେ
ପ୍ରଶିକ୍ଷଣ ଦିଆଯିବ
 ପ୍ଲମ୍ବର ମାନଙ୍କୁ ବୀମା ସୁବିଧା, ବ୍ୟ।।ଙ୍କ ଖାତା ଖୋଲାଯିବା ସହ ଦକ୍ଷ ବି କରାଯିବ
 ଚିତ୍ରକାର ଯେପରି ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ, ମୂର୍ତିଧାରୀ ଯେପରି ନିଖୁଣ ଭାବେ ମୂର୍ତି କରେ ସେଭଳି
ପ୍ଲମ୍ବରମାନେ ମଧ୍ୟ କୌଣସି ଶିଳ୍ପୀ, କଳାକାର ଏବଂ ବିଶ୍ୱକର୍ମାଙ୍କ ଠାରୁ କମ ନୁହଁନ୍ତି


ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦି ସରକାର ଶ୍ରମିକ ସମାଜ ପାଇଁ ପ୍ରଧାମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା କରିଛନ୍ତି
ା ଗୋଟେ ଗରୀବ ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇଁ ମେଡିକାଲ ଚିକିତ୍ସାର ବ୍ୟବସ୍ଥା କରିଛନ୍ତି ।
ଏହି ଯୋଜନାରେ ଗତ ୩ ମାସରେ ୧୦ ଲକ୍ଷ ଲୋକଙ୍କୁ ୩ ହଜାର କୋଟି ପହଂଚାଯାଇଛି । ଏହା ଆମ ସରକାରଙ୍କ ଚିନ୍ତା ଏବଂ ଦାୟିତ୍ୱ । ମାତ୍ର ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବାରମ୍ବାର ଅନୁରୋଧ ସତ୍ୱେ ଓଡିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । ଆୟୁଷ୍ମାନ ଯୋଜନା ଲାଗୁ କଲେ ଦିଲ୍ଲୀରେ କାମ କରୁଥିବା ଓଡିଶାର କେନ୍ଦ୍ରାପଡା, ପ…ାମୁଣ୍ଡାଇର ପ୍ଲମ୍ବରମାନେ ନିଜ ବୁଢା ବାପା ମା’ଙ୍କୁ ଧରି ଏଠାରେ ବିଭିନ୍ନ ମେଡିକାଲରେ ଚିକିତ୍ସା କରିପାରନ୍ତେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଅନ୍ତରୀଣ ବଜେଟରେ ଭାରତବର୍ଷର ଶ୍ରମିକ ମାନଙ୍କ ପାଇଁ ସ୍ୱୟଂୟୋଗୀ ଯୋଜନାରେ ପେନସନ୍ର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ଶ୍ରମିକମାନେ ୬୦ ବର୍ଷ ପରେ ତିନି ହଜାର ଟଙ୍କା ପାଇବେ । ସରକାର ଅଧା ପ୍ରମିୟମ ଦେବାବେଳେ ଲାଭାର୍ଥୀମାନେ ଅଧା ପଇସା ଦେବେ । ଏହି ଅବସରରେ ଶ୍ରୀ ପ୍ରଧାନ ଏହି ନୂତନ ବ୍ୟବସ୍ଥା ପାଇଁ ସେଠାରେ ଉପସ୍ଥିତ ପ୍ଲମ୍ବରମାନଙ୍କୁ ମୋବାଇଲର ଲାଇଟ ଜଳାଇ ପ୍ରଧାନମବୀଙ୍କୁ ଅଭିନନ୍ଦନ ପାଇଁ ଜଣାଇଥିଲେ । ଶ୍ରୀ ପ୍ରଧାନଙ୍କ ଆହ୍ୱାନରେ ଉପସ୍ଥିତ ଶହଶହ ପ୍ଲମ୍ବରମାନେ ଏକାଠୀ ନିଜ ମୋବାଇଲର ଫ୍ଲାସ୍ ଲାଇଟ ଜଳାଇ ପ୍ରଧାନମବୀଙ୍କୁ ଶ୍ରମୟୋଗୀ ଯୋଜନା ପାଇଁ ଅଭିନନ୍ଦନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ଲମ୍ବରଙ୍କ ବ୍ୟବସାୟ ବୃଦ୍ଧି କରିବା ସହ ନିଜ ମାଲିକ ହେବା ପାଇଁ ଆଜି ମୋଦି ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ଦେବାର ବ୍ୟବସ୍ଥା କରିଛନ୍ତି । ଯେଉଁମାନେ ସ୍କିଲ ଇଣ୍ଡିଆ ସାର୍ଟିଫିକେଟ୍ ନେବା ସହ ପ୍ଲମ୍ବିଂ ସେକ୍ଟର ସହ ଯୋଡିହେବେ ସେମାନଙ୍କୁ ଭାରତ ସରକାରଙ୍କ ମୁଦ୍ରା ଯୋଜନା ଅଧୀନରେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା କରାଯିବ । କେବଳ ପ୍ଲମ୍ବରମାନେ ଅନ୍ୟର ଦରମାରେ ଚଳିବେ ନାହିଁ ଆଗାମୀ ଦିନରେ ଅନ୍ୟକୁ ବି ଦରମା ଦେବେ ଏହା ନୂଆ ଭାରତର ସ୍ୱପ୍ନ ବା କଳ୍ପନା ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହା ସହ ସେ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତ ସହ ଯୋଡିହେବାକୁ ପ୍ଲମ୍ବର ମାନଙ୍କୁ ଆହ୍ୱାନ କରିବା ସହ ନୂଆ ଓଡିଶା ହେଲେ ନୂଆ ଭାରତ ବନିବ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ମାନ୍ୟବର ଡି.ଡି ପ୍ରଧାନ କେନ୍ଦ୍ରାପଡାର ଗୋଟେ ଛୋଟ ଗାଁରୁ ଆସି ୭୦ ବର୍ଷରୁ ଅଧିକ ସମୟ
ହେଲା ଦେଶରେ ଓଡିଶାକୁ ନୂଆ ପରିଚୟ ଦେଇପାରିଛନ୍ତି । ଓଡିଶା ତରଫରୁ ଯେତେ ବି କୃତଜ୍ଞତା ଜଣାଇଲେ
ତାଙ୍କୁ କମ୍ ହେବ । ସେ ଗରୀବ ପରିବାରର ଜୀବନକୁ ନୂଆ ଆଶା ଓ ନୂଆ ଆଲୋକରେ ଭରିଛନ୍ତି । ଯେଉଁ କାମ ସରକାର କରିନଥିଲେ ଆଜି ସେହି କାମକୁ ସେ କରି ଦେଖାଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ସେ ରୋଜଗାର
ଦେଇଛନ୍ତି । ପ୍ଲମ୍ବିଂ ଇଣ୍ଡଷ୍ଟ୍ରି କାରବାରରେ ଭାରତ ଦୁନିଆରେ ନିଜ ପରିଚିୟ ତିଆରି କରୁଛି । ଆଜି ଦୁନିଆ ସହ
ଦେଶର ମଧ୍ୟ ଆର୍ଥିକ ସ୍ଥିତି ବଦଳିଛି । ଶ୍ରୀ ପ୍ରଧାନ କହିଛନ୍ତି ପ୍ଲମ୍ବିଂ ଶିଳ୍ପମାନଙ୍କରେ ୮ ଲକ୍ଷ ଲୋକ କାମ କରୁଛନ୍ତି । ରେଲୱେ, ବ୍ୟାଙ୍କିଂ, ପେଟ୍ରୋଲିୟମ ବିଭାଗରେ ମଧ୍ୟ ଏତେମାତ୍ରାର ଲୋକ କାମ କରୁନାହାନ୍ତି । ପୂର୍ବରୁ ପ୍ଲମ୍ବିଂ କ୍ଷେତ୍ରରେ ସାମାନ୍ୟ ପାଇପ, ଟ୍ୟାପ ଓ ନଳ ଲାଗୁଥିଲା । ମାତ୍ର ଏବେ ସେନସର୍ ଯୁଗ ହେଲାଣି । ଟ୍ୟାପ ଆଗରେ ହା ଦେଖାଇଲେ ସ୍ୱୟଂକ୍ରିୟ ଭାବେ ପାଣି ବାହାରୁଛି ଏବଂ ହାତ ଧୋଇସାରିଲେ ସ୍ୱୟଂକ୍ରିୟ ଭାବେ ପାଣି ବନ୍ଦ ହୋଇଯାଉଛି । ଏହି ନୂଆ ଅଭିନବୀକରଣ,ଟେକ୍ନୋଲୋଜି ଏହଂ ଇଂଟରନେଟ୍ ଆଗାମୀ ଦିନରେ ପମ୍ବିଂ ଇଣ୍ଡଷ୍ଟ୍ରିର ନୂଆ ରୂପରେଖ ଆଣିବ ବୋଲି ସେ କହିଛନ୍ତି ।