୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ: ମୋଦି

ନୂଆଦିଲ୍ଲୀ: ଏପ୍ରିଲ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହାପରେ ଘରର ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତୀ, ଦୀପ, ଟର୍ଚ୍ଚ, ମୋବାଇଲ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିଜ ବାର୍ତାରେ କହିଛନ୍ତି ।

ମୋଦି ନିଜ ବାର୍ତାରେ କହିଛନ୍ତି ଯେ, ଲକଡାଉନକୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଲକଡାଉନ୍ ସମୟରେ ଲୋକମାନଙ୍କର ଅଭୂତପୂର୍ବ ଶୃଙ୍ଖଳା ଓ ସେବାଭାବ ପ୍ରଶଂସାଯୋଗ୍ୟ । ଲକଡାଉନ୍ ସମୟରେ ଆମେ ଘରେ ଅଛନ୍ତି । କିନ୍ତୁ, ସମଗ୍ର ଦେଶର ସାମୂହିକ ସାମର୍ଥ୍ୟ ଆମ ସମସ୍ତଙ୍କ ସହ ଥିବାରୁ ଆମେ ଏକାକୀ ନୁହନ୍ତି ।

ଦେଶ ଲକଡାଉନର ୧୦ମ ଦିବସରେ ପ୍ରବେଶ କରୁଥିବା ବେଳେ ଆଜି ସକାଳେ ପ୍ରଧାମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଭିଡିଓ ବାର୍ତାରେ ପରାମର୍ଶ କହିଛନ୍ତି ଯେ କରୋନା ଭାଇରସ୍ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରରୁ ଆମେ ଆଲୋକ ଆଡ଼କୁ ଯାତ୍ରା କରିବା ।