ଟଙ୍କା ଫେରାଇବି କିନ୍ତୁ ଭାରତ ଯିବିନି: ବିଜୟ ମାଲ୍ୟା

ଲଣ୍ଡନ: ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଋଣ ନେଇ ଦେଶ ଛାଡି ପଳାଇଥିବା ବିଜୟ ମାଲ୍ୟା ଏବେ ଟଙ୍କା ଫେରାଇବା ପାଇଁ ରାଜି ହୋଇଛନ୍ତି । ମାତ୍ର ଭାରତ ଫେରିବାକୁ ମନା କରିଦେଇଛନ୍ତି ।

ରୟାଲ କୋର୍ଟ ଅଫ୍ ଜଷ୍ଟିସରେ ଏହା କହିଛନ୍ତି ବିଜୟ ମାଲ୍ୟା। ସିବିଆଇ ଏବଂ ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ଯେଉଁଭଳି ଭାବରେ ଏହି ମାମଲାରେ ଆଚରଣ ଦେଖାଉଛନ୍ତି ତାହା ଠିକ୍ ନୁହେଁ। ତିନି ଦିନ ଧରି ଚାଲିଥିବା ଶୁଣାଣିର ଅନ୍ତିମ ଦିନରେ ମାଲ୍ୟା ଏଭଳି କହିଛନ୍ତି।

ମାଲ୍ୟା ଆହୁରି କହିଥିଲେ ଯେ, ମୁଁ ପଇସା ଦେଉନାହିଁ ବୋଲି ଇଡି ଏବଂ ବ୍ୟାଙ୍କ ଅଭିଯୋଗ କରିଛନ୍ତି। ପିଏମଏଲଏ ଧାରାରେ ସେ କିଛି ଅପରାଧ କରିନାହାନ୍ତି ହେଲେ ତାଙ୍କ ସମ୍ପତି ଆଟାଚ୍ କରିଛି। ମାଲ୍ୟାଙ୍କ ମାମଲାର ଶୁଣାଣି ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଷ୍ଟିଫନ ଇରାୱିନ୍ ଏବଂ ଜଷ୍ଟିସ ଏଲିଜାବେଥ ୱିଙ୍ଗ କରୁଛନ୍ତି। ମାଲ୍ୟାଙ୍କ ଶୁଣାଣି ବେଳେ ଇଡି, ସିବିଆଇ ଓ ଭାରତୀୟ କମିଶନର ଉପସ୍ଥିତ ଥିଲେ।