ରାଜ୍ୟରେ ଅକ୍ଟୋବର ୨ରୁ ବନ୍ଦ ହେବ ପ୍ଲାଷ୍ଟିକ୍‌

ଭୁବନେଶ୍ୱର: ପ୍ରଥମେ ରାଜ୍ୟର ପ୍ରମୂଖ ୫ଟି ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ପରେ ଏବେ ସାରା ରାଜ୍ୟରେ ଏହି ନିୟମକୁ ଲାଗୁ କରାଯିବ । ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଜାରି ହେବ । ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ମୁତାବକ, ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ କହିଥିଲେ । ଯାହାକୁ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଗାନ୍ଧୀ ଜୟନ୍ତୀରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଜାରି ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅନୁମତି । ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପରେ ନିୟମ ଲାଗୁ ହେବ ବୋଲି ବିକ୍ରମ ଆରୁଖ କହିଛନ୍ତି ।

ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଆଦି ସହର ଗୁଡ଼ିକରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।